ଡ୍ରାଇଭିଂ ନିୟମରେ ସଂଶୋଧନ: ଏଣି ଖାଲି ଡ୍ରାଇଭିଂ ଲାଇସେନ୍ସରେ ଚଳିବ ନାହିଁ କାମ

ନୂଆଦିଲ୍ଲୀ: ଆଗାମୀ ଦିନରେ ଡ୍ରାଇଭିଂ ଲାଇସେନ୍ସ ଆଉ ପିଲା ଖେଳ ହୋଇ ରହିବ ନାହିଁ। କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି ଯେ ଏଣିକି ଡ୍ରାଇଭିଂ ସଂସ୍ଥାମାନଙ୍କରେ ଗାଡ଼ି ଶିଖାଳିମାନଙ୍କ ସଂପର୍କରେ ସବିଶେଷ ସୂଚନା ଦେବାକୁ ହେବ। ଡ୍ରାଇଭିଂ ଲାଇସେନ୍ସ ସହିତ ଟ୍ରେନିଂ ସମୟ, ଟ୍ରେନିଂ ସାର୍ଟିଫକେଟ ଆଦିକୁ ଚାଳକ ନିଜ ପାଖରେ ରଖିବେ।

ଚଳିତବର୍ଷ ବହୁଳ ମାତ୍ରାରେ ସଡ଼କ ଦୁର୍ଘଟଣା ଘଟିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ହୋଇଥିବା ଦୁର୍ଘଟଣା ମଧ୍ୟରୁ ପ୍ରାୟ ୮୪ ପ୍ରତିଶତ ଚାଳକଙ୍କ ଭୁଲ୍‌ ହେତୁ ହୋଇଥିବା ସୂଚନା ରହିଛି। ଏହି ଦୁର୍ଘଟଣା ହେତୁ ୮୦.୩ ପ୍ରତିଶତ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦.୯ ପ୍ରତିଶତ ଲୋକ ଗୁରୁତର ହୋଇଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଡ୍ରାଇଭିଂ ସାଇସେନ୍ସଗୁଡ଼ିକୁ ଆଧାର ସହ ସଂଯୋଗ କରିବାକୁ କୁହାଯାଇଥିଲା। ଫଳରେ ଅନେକଗୁଡ଼ିଏ ଲାଇସେନ୍ସ ରଦ୍ଦ କରାଯାଇଛି। ବର୍ତ୍ତମାନ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ଯେ ଡ୍ରାଇଭିଂ ଲାେଇସେନ୍ସ ରିନ୍ୟୁ କରିବା କ୍ଷେତ୍ରରେ ବି ଚାଳକଙ୍କୁ ୨ ଦିନ ପ୍ରଶିକ୍ଷଣ ନେବାକୁ ହେବ। ଯେଉଁମାନେ ଟ୍ରାଇଭିଂ ସଂସ୍ଥାକୁ ନ ଯାଇ ଗାଡ଼ି ଚଳାଇବା ଶିଖାଇଛନ୍ତି ସେମାନଙ୍କୁ ପ୍ରଶିକ୍ଷକଙ୍କ ନିକଟରୁ ଏକ ସାର୍ଟିଫିକେଟ୍‌ ସଂଗ୍ରହ କରିବାକୁ ହେବ।

ସମ୍ବନ୍ଧିତ ଖବର