ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ସରକାର ଓ ଚାଷୀଙ୍କ ମଧ୍ୟରେ ମଦଭେବ ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଫସଲ ହାନି ଆକଳନ କରିବା କାର୍ଯ୍ୟରେ ଡ୍ରୋନ୍ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଦେଶରେ ଅଧିକ ମାତ୍ରାରେ ଧାନ ଓ ଗହମ ଉତ୍ପାଦନ ହେଉଥିବା ୧୦୦ଟି ଜିଲ୍ଲାରେ ଡ୍ରୋନ୍ ବ୍ୟବହାର ହେବ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର୍ କହିଛନ୍ତି।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ହିତାଧିକାରୀମାନେ ଏହି ନିଷ୍ପତ୍ତି ଦ୍ବାରା ଲାଭବାନ ହେବେ ଓ ସେମାନଙ୍କୁ ଶୀଘ୍ର ବୀମା ରାଶି ମିଳିପାରିବ। ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଅନ୍ୟାନ୍ୟ କାରଣ ଯୋଗୁଁ ଫସଲ ହାନି ହେଲେ ତାହାର ଆକଳନ କରିବା ଏକ ଜଟିଳ କାର୍ଯ୍ୟ। ଏହି କାମରେ ଡ୍ରୋନ୍ ବ୍ୟବହାର କରିବା ଲାଗି କୃଷି ମନ୍ତ୍ରଣାଳୟ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅନୁମତି ମଗାଯାଇଥିଲା। ସେହି ଅନୁମତି ମିଳିଛି ବୋଲି ଶ୍ରୀ ତୋମର୍ ଆଜି କହିଛନ୍ତି। ଡ୍ରୋନ୍ ବ୍ୟବହାର ହେଲେ କେତେ ପରିମାଣର ଫସଲ ନଷ୍ଟ ହୋଇଛି ତାହା ଜାଣିବା ସହଜ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/f56h456fs4h56fs45h6f4s56fs.jpg)