ମୋବାଇଲ ନମ୍ବର ଭଳି ବଦଳାଇ ପାରିବେ ଡିଟିଏଚ୍‌ କେବଲ କମ୍ପାନି

ନୂଆଦିଲ୍ଲୀ : ମୋବାଇଲ ନମ୍ବର ସମାନ ଥାଇ କମ୍ପାନି (ଅପରେଟର) ବଦଳାଇବା ଭଳି ସୁବିଧା ବର୍ତ୍ତମାନ ଡ଼ିଟିଏଚ୍‌ କେବଲ କମ୍ପାନିଗୁଡ଼ିକରେ ମିଳିବା ପାଇଁ ଯାଉଛି । ଟେଲିକମ୍‌ ରେଗୁଲେଟୋରି ଅଥରିଟି (ଟ୍ରାଇ) ଏହି ମର୍ମରେ ନୂତନ ନିୟମ ଲାଗୁ କରିବା ପାଇଁ ଯାଉଛି। ଏହି ନିୟମ ଅନୁଯାୟୀ ସମାନ ସେଟ୍‌ଅପ ବକ୍ସ ଥାଇ ଆପଣ ଗୋଟେ କେବୁଲ କମ୍ପାନିରୁ ଆଉ ଗୋଟେ କମ୍ପାନିକୁ ପରିବର୍ତ୍ତନ କରିପାରିବେ ।

CyberPlat

ଗତ ଅକ୍ଟୋବର ମାସରେ ଟ୍ରାଇ ସେଟ୍‌ଅପ ବକ୍ସ ପୋଟେବିଲିଟି (ବଦଳ)ର ସଫଳ ପରୀକ୍ଷଣ କରିଥିଲା । ଏହାକୁ ବର୍ତ୍ତମାନ କିଛି ସ୍ଥାନରେ କାର୍ଯ୍ୟକାରୀ କରାଯାଇଛି । ‘ସେଇଡ଼ୋଟ’ ନାମକ ସଂସ୍ଥା ଆଗାମୀ ଏକ ମାସ ମଧ୍ୟରେ ପୋଟେବିଲିଟି(ବଦଳ) ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା ବେଳେ ଅନ୍ୟ ଡ଼ିଟିଏଚ୍‌ କମ୍ପାନୀ ଗୁଡ଼ିକରୁ ସେମିତି କିଛି ସୂଚନା ମିଳିନାହିଁ । ଏହି ନିୟମକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ପୂର୍ବରୁ ସମସ୍ତ କେବଲ ଏବଂ ଡ଼ିଟିଏଚ୍‌ କମ୍ପାନିର ଷ୍ଟେକହୋଲଡ଼ର ମାନଙ୍କ ସହିତ ଏକ ସଭା କରାଯିବ ବୋଲି ସୂଚନା ପ୍ରଦାନ କରିଛି ଟ୍ରାଇ ।

ସମ୍ବନ୍ଧିତ ଖବର