ଡ୍ୟୁକ୍‌ ଫେସନ୍ସକୁ ‘ଫିକୋ-ଏକ୍ସେଲେନ୍ସ’ ପୁରସ୍କାର

ଭୁବନେଶ୍ୱର: ଲୁଧିଆନାର ଏମ୍‌ଏସ୍‌ଏମ୍‌ଇ ଡେଭେଲପ୍‌ମେଣ୍ଟ୍‌ ଇନଷ୍ଟିଚ୍ୟୁଟ୍‌ରେ ଶିଳ୍ପ ଓ ବାଣିଜ୍ୟ ସଂଗଠନ ମହାସଂଘ (ଫିକୋ) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଡ୍ୟୁକ୍‌ ଫେସନ୍ସକୁ ଫିକୋ-ଏକ୍ସେଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି। ପୋଷାକ ବର୍ଗରେ କଂପାନିକୁ ଏହି ପୁରସ୍କାର ମିଳିଛି। ଫିକୋର ଅଧ୍ୟକ୍ଷ କେ କେ ସେଠ୍‌ଙ୍କଠାରୁ କଂପାନିର ନିର୍ଦେଶକ କୁନ୍ତଲ ରାଜ ଜୈନ ପୁରସ୍କାର ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର