ଡ୍ୟୁକ୍‌ର ନୂଆ ସ୍ୱେଟର, ଜ୍ୟାକେଟ୍‌ ସମ୍ଭାର

ଭୁବନେଶ୍ୱର: ଡ୍ୟୁକ୍‌ ଫେସନ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ନୂଆ ସ୍ୱେଟର ଏବଂ ଜ୍ୟାକେଟ୍‌ ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଭିଭା-ଲାସ୍‌ ଭେଗାସ୍‌ ସହରରୁ ଅନୂପ୍ରାଣିତ ହୋଇ ଏହି ସ୍ୱେଟର ଏବଂ ଜ୍ୟାକେଟ୍‌ର ଡିଜାଇନ୍‌ ପ୍ରସ୍ତୁତ କରାଯାଇଛି। ଫିଟିଙ୍ଗ ଏବଂ ଗୁଣାତ୍ମକ ଉତ୍ପାଦ ପାଇଁ ଜଣାଶୁଣା ଡ୍ୟୁକ୍‌ ଏହାର ନୂତନ ସମ୍ଭାର ରେ ବୋମ୍ବରସ୍‌, ସ୍କାଇ ଜ୍ୟାକେଟ୍‌, ସ୍ପୋର୍ଟସ୍‌ ଜ୍ୟାକେଟ୍‌, ହୁଡ୍‌ ଜ୍ୟାକେଟ୍‌ ଆଦି ପୋଷାକ ସ୍ଥାନ ପାଇଛି। ନୂତନ ସମ୍ଭାରରେ ଡିଜାଇନ୍‌, ରଙ୍ଗ ଏବଂ ଷ୍ଟାଇଲ୍‌ର ଅପୂର୍ବ ସମିଶ୍ରଣ ରହିଛି। ପୁରୁଷ, ମହିଳା ଏବଂ ଶିଶୁ ସମସ୍ତଙ୍କ ପାଇଁ ଏହି ସମ୍ଭାର ଉପଲବ୍ଧ ହୋଇଛି। ଏହି ସମ୍ଭାରରେ ଥିବା ସ୍ୱେଟର ଏବଂ ଜ୍ୟାକେଟ୍‌ର ମୂଲ୍ୟ ୬୪୯ ଟଙ୍କାରୁ ଆରମ୍ଭ ହୋଇଛି। ଏ ସମ୍ପର୍କରେ ଡ୍ୟୁକ୍‌ ଫେସନ୍‌ର ନିର୍ଦେଶକ କୁନ୍ତଲ ରାଜ ଜୈନ କହିଛନ୍ତି ଯେ, ‘ଆମ ଆଜିର ଯୁବପିଢ଼ିକୁ ଦୃଷ୍ଟିରେ ରଖି ଏହି ସମ୍ଭାର ପ୍ରସ୍ତୁତ କରିଛୁ ଯେଉଁମାନେ ଟ୍ରେଣ୍ଡି ଏବଂ ଷ୍ଟାଇଲିସ୍‌ ଦେଖାଯିବାକୁ ପସନ୍ଦ କରନ୍ତି। ଆମେ ସୁଲଭ ମୂଲ୍ୟରେ ଆନ୍ତର୍ଜାତିକ ଡିଜାଇନ୍‌ ଏବଂ ଷ୍ଟାଇଲ୍‌ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର