ଭୁବନେଶ୍ୱର: ଫେସନ୍ ପୋଷାକ ପ୍ରିୟ ଭାରତୀୟଙ୍କ ପାଇଁ ଡ୍ୟୁକ୍ ପକ୍ଷରୁ ନୂଆ ସ୍ପି୍ରିଙ୍ଗ୍ ସମର ୨୦୧୮ କଲେକ୍ସନ୍ ଅଣାଯାଇଛି। ନ୍ୟୁଜିଲାଣ୍ଡ୍ର ଫେସନ୍ ସଂସ୍କୃତିକୁ ଆପଣାଇବାକୁ ଯାଇ କମ୍ପାନି ଏହି ନୂଆ କଲେକ୍ସନ ପୋଷାକ ଆଣିଛି। କମ୍ପାନି ଏହାର ସମର କଲେକ୍ସନରେ ଟି-ସାର୍ଟ, ଡିଜାଇନର୍ ଟପ୍ସ, ସାର୍ଟ, ଡେନିମ୍, ଟ୍ରାଉଜର, ଲୋୟର୍ସ, ଲାଉଞ୍ଜଉୟର, କେପ୍ରିସ୍, ବର୍ମୁଡା ଏବଂ ସମେତ ଜୋତା ଆଦି ସାମିଲ କରିଛି। ଏଗୁଡ଼ିକର ମୂଲ୍ୟ ୪୨୫ ଟଙ୍କାରୁ ଆରମ୍ଭ ହୋଇଛି। ଏସବୁ ପୋଷାକ ଓ ଜୋତା ଗ୍ରାହକଙ୍କୁ କ୍ଲାସିକ୍ ନ୍ୟୁଜିଲାଣ୍ଡ୍ ପରିବେଶର ଅନୁଭୂତି ପ୍ରଦାନ କରିବ। ନୂଆ କଲେକ୍ସନର ପୋଷାକ ଗୁଡ଼ିକ ଅତ୍ୟନ୍ତ ଷ୍ଟାଇଲିସ୍। ଭାରତୀୟ ଜଳବାୟୁକୁ ଦୃଷ୍ଟିରେ ରଖି ମଧ୍ୟ କମ୍ପାନି ଏହାର ନୂଆ ପୋଷାକ ଆଣିଛି ବୋଲି ଡ୍ୟୁକ୍ ଫେସନ୍ସ ଇଣ୍ଡିଆ ଲିମିଟେଡର ନିର୍ଦେଶକ କୁନ୍ତଳ ରାଜ ଜୈନ କହିଛନ୍ତି।
ଡ୍ୟୁକ୍ର ସ୍ପି୍ରଙ୍ଗ୍ ସମର୍ କଲେକ୍ସନ
/sambad/media/post_attachments/wp-content/uploads/2018/04/duke.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)