ଡ୍ୟୁକ୍‌ର ସ୍ପୋର୍ଟସ୍‌ ସୁଜ୍‌ ସମ୍ଭାର

ଭୁବନେଶ୍ୱର: ଡ୍ୟୁକ୍‌ ପକ୍ଷରୁ କ୍ରୀଡ଼ା ଓ ଦୌଡ଼ିବା ପାଇଁ ସ୍ୱତନ୍ତ୍ର ଜୋତା ଉନ୍ମୋଚନ କରାଯାଇଛି। ନ୍ୟୁଜିଲ୍ୟାଣ୍ଡ୍‌ର ଫେସନ୍‌ ସଂସ୍କୃତିରୁ ଅନୁପ୍ରାଣିତ ହୋଇ ଡ୍ୟୁକ୍‌ ଏହି ଜୋତାଗୁଡ଼ିକୁ ପ୍ରସ୍ତୁତ କରିଛି। ଏଥିରେ ଫାଇଲନ୍‌ ରବର୍‌ ସୋଲ୍‌ ଲଗାଯାଇଛି। ଏହି ଜୋତାଗୁଡ଼ିକ ବିଭିନ୍ନ ପ୍ରକାର ଆଘାତରୁ ସୁରକ୍ଷର ପ୍ରଦାନ କରିବ। ଏହା ହଲୁକା ମଧ୍ୟ। ଏ ସମ୍ପର୍କରେ ଡ୍ୟୁକ୍‌ ଫେସନର ନିର୍ଦେଶକ କୁନ୍ତଲ ରାଜ ଜୈନ କହିଛନ୍ତି ଯେ, ଆମେ ଆଜିର ଯୁବପିଢ଼ିଙ୍କୁ ନଜରରେ ରଖି ଏହି ଜୋତାଗୁଡ଼ିକୁ ପ୍ରସ୍ତୁତ କରିଛୁ। ଏଥିରେ ଆନ୍ତର୍ଜାତିକ ଡିଜାଇନ୍‌, ଫେସନ୍‌ ଓ ଗୁଣାତ୍ମକ ମାନର ସମିଶ୍ରଣ ରହିଛି। ଏହି ଜୋତାଗୁଡ଼ିକ ବିଭିନ୍ନ ରଙ୍ଗ, ଷ୍ଟାଇଲ୍‌ ଓ ଆକାରରେ ଉପଲବ୍ଧ ହେଉଛି। ଏହାର ମୂଲ୍ୟ ୯୯୯ ଟଙ୍କାରୁ ୩୫୯୯ ଟଙ୍କା ମଧ୍ୟରେ ରହିଛି।

ସମ୍ବନ୍ଧିତ ଖବର