ଡ୍ୟୁକ୍‌ର ନୂଆ ସ୍ବେଟର ଓ ଜ୍ୟାକେଟ୍‌

ଭୁବନେଶ୍ବର : ଚଳିତବର୍ଷର ଶୀତ ଋତୁକୁ ଦୃଷ୍ଟିରେ ରଖି ଡ୍ୟୁକ୍ ସ୍ବେଟର ଏବଂ ଜ୍ୟାକେଟର ନୂଆ ରେଞ୍ଜ ଉପଲବ୍ଧ କରାଇଛି। ନୂଆ ଡିଜାଇନରେ ପ୍ରସ୍ତୁତ ଏହି ପୋଷାକ ଗ୍ରାହକଙ୍କୁ ଆକୃଷ୍ଟ କରିବା ସହିତ ସେମାନଙ୍କ ଧ୍ୟାନ ଆକର୍ଷଣ କରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ନୂଆ କପଡ଼ା, ‌ପ୍ୟାଟର୍ଣ୍ଣ, ଟ୍ରେଣ୍ଡ୍‌ସ, ପ୍ୟାଟର୍ଣ୍ଣ ଏବଂ ରଙ୍ଗ ସହିତ ଏଗୁଡ଼ିକ ଡ୍ୟୁକ୍ ସ୍ବେଟର୍ସ ଆଣ୍ଡ୍ ଜ୍ୟାକେଟ୍ସ କଲେକ୍ସନ ’୨୧ ନାମରେ ଆସିଛି। ପିନ୍ଧିବା ପାଇଁ ଏଗୁଡ଼ିକ ଆରାମଦାୟକ ମଧ୍ୟ ରହିଛି। ଉଲେନ ଟପ୍ସ, ବୁମର ଜ୍ୟାକେଟ, ଲଙ୍ଗ କୋଟ, ସ୍କି ଜ୍ୟାକେଟ, ୱାସଡ ଜ୍ୟାକେଟ, ମିକ୍ସ ଆଣ୍ଡ୍ ମ୍ୟାଚ ଏବଂ ଷ୍ଟ୍ରାଇପ, ଜାକ୍ବାର୍ଡ, ସ୍ପୋର୍ଟି, ଫୁଲ୍‌ ଜିପର, ହୁଡେଡ ଆଦି ସ୍ବେଟର କମ୍ପାନି ଆଣିଛି। ପୁରୁଷ, ମହିଳା ଏବଂ ପିଲାଙ୍କ ପାଇଁ ପ୍ରସ୍ତୁତ ନୂଆ ‌ଷ୍ଟାଇଲିସ ପୋଷାକଗୁଡ଼ିକର ମୂଲ୍ୟ ୯୯୯ ଟଙ୍କାରୁ ୪୯୯୯ ଟଙ୍କା ମଧ୍ୟରେ ରହିଛି। ଏଥିସହିତ କମ୍ପାନି ସ୍ବତନ୍ତ୍ର ଥର୍ମୋଜେନିକ୍ ଏବଂ ଏୟାର ପିଲୋ ଜ୍ୟାକେଟ୍ ଆଣିଛି। ଷ୍ଟାଇଲ ଏବଂ ଫେସନପ୍ରିୟ ଗ୍ରାହକଙ୍କୁ ଡ୍ୟୁକର ନୂଆ କଲେକ୍ସନ ଆକୃଷ୍ଟ କରିବ ବୋଲି କମ୍ପାନିର ନିର୍ଦ୍ଦେଶକ କୁନ୍ତଲ ରାଜ୍ ଜୈନ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର