ଚିନ୍ତା ବଢ଼ାଇଲାଣି ନକଲି ଇ-ୱେ ବିଲ୍

ନୂଆଦିଲ୍ଲୀ: ଦେଶରେ ଜିଏସଟି କାର୍ଯ୍ୟକାରୀ ହେବା ପରେ ୱେ ବିଲ୍ ସ୍ଥାନରେ ଇ-ୱେ ବିଲ୍ କାର୍ଯ୍ୟକାରୀ ହେଉଛି। ମାଲ ପରିବହନ ପାଇଁ ଇ-ୱେ ବିଲ୍ ବ୍ୟବହାର କରାଯାଉଛି। କିନ୍ତୁ ନୂଆ ବ୍ୟବସ୍ଥାରେ ନକଲି ଇ-ୱେ ବିଲ୍ ସରକାରଙ୍କ ଚିନ୍ତା ବଢ଼ାଇଲାଣି। ନକଲି ଇ-ୱେ ବିଲ୍‌କୁ କିଭଳି ରୋକାଯାଇ ପାରିବ ତାହାକୁ ଦୃଷ୍ଟିରେ ରଖି ରାଜସ୍ବ ବିଭାଗ ଏକ କମିଟି ଗଠନ କରିବାକୁ ‌ଯୋଜନା ଚାଲିଛି। ସୀମା ଶୁଳ୍କ ଓ କେନ୍ଦ୍ରୀୟ ପରୋକ୍ଷ କର ବୋର୍ଡ (ସିବିଆଇସି) ନଜରକୁ ଏକାଧିକ ନକଲି ଇ-ୱେ ବିଲ୍ ଏବଂ ନକଲି ଇନଭଏସ ଆସିଲାଣି। ନକଲି ଇ-ୱେ ବିଲ୍ ଓ ଇନଭଏସ ମାଧ୍ୟମରେ ପ୍ରାୟ ୫ ହଜାର କୋଟି ଟଙ୍କାର ଟିକସ ଠକେଇ ହୋଇଥିବା ଟିକସ ଅଧିକାରୀମାନେ ଅନୁମାନ କରୁଛନ୍ତି। ନକଲି ଇ-ୱେ ବିଲ୍‌କୁ ରୋକିବା ଲାଗି ଯେଉଁ କମିଟି ଗଠନ ହେବ ସେଥିରେ କେନ୍ଦ୍ର ଓ ରାଜ୍ୟର ଅଧିକାରୀମାନେ ସାମିଲ ହେବା ଯୋଜନା ରହିଛି।

ସମ୍ବନ୍ଧିତ ଖବର