କର୍ଲ-ଅନ୍‌ ବ୍ରାଣ୍ଡ୍‌ ନାମରେ ନକଲି ଉତ୍ପାଦ

ଭୁବନେଶ୍ବର: ବଜାରେ କର୍ଲ-ଅନ ବ୍ରାଣ୍ଡ ନାମରେ ନକଲି ଉତ୍ପାଦ ଓ ୱାରେଣ୍ଟି କାର୍ଡ ପ୍ରଚଳନରେ ଥିବା କଂପାନି ଜାଣିବାକୁ ପାଇଛି। ନିକଟରେ ଗୁଜରାଟର ଅହମ୍ମଦାବାଦ ଠାରେ ଏକ ରିଟେଲରଙ୍କ ପାଖରୁ ଏଭଳି ନକଲି ଉତ୍ପାଦ ଓ ୱାରେଣ୍ଟି କାର୍ଡ ମିଳିଛି। ଗତ ଫେବ୍ରୁଆରି ୨ ତାରିଖରେ ଏ ସଂକ୍ରାନ୍ତରେ କଂପାନି ପକ୍ଷରୁ ଏକ ଏଫଆଇଆର ଦାୟର କରାଯାଇଛି। ତିନି ତାରିଖରେ ଏହି କାର୍ଯ୍ୟରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରାଯାଇଥିଲା। କର୍ଲ-ଅନ ହେଉଛି ଭାରତର ଏକ ଅଗ୍ରଣୀ ମାଟ୍ରେସ ଓ ହୋମ କମ୍ଫର୍ଟ ବ୍ରାଣ୍ଡ। ୫୬ ବର୍ଷ ପୁରୁଣା ଏହି ବ୍ରାଣ୍ଡର ଉତ୍ପାଦଗୁଡ଼ିକ ସାରା ଦେଶର ୭୦୦୦+ ମଲଟି ବ୍ରାଣ୍ଡ ଆଉଟଲେଟ, ୧୩୦୦+ ଫ୍ରାଚାଂଇଜି ଆଉଟଲେଟ ଓ ୩୫ ସ୍ବତନ୍ତ୍ର ବ୍ରାଣ୍ଡ ଆଉଟଲେଟ ଜରିଆରେ ବିକ୍ରି କରାଯାଉଛି।

ସମ୍ବନ୍ଧିତ ଖବର