ନୂଆଦିଲ୍ଲୀ: ୨୦୨୦ ମାର୍ଚ୍ଚ ବେଳକୁ ଦେଶରେ କରୋନା ମହାମାରୀ ଆରମ୍ଭ ହୋଇଥିଲା। ସେହି ସମୟରେ ଦେଶର ସେୟାର ବଜାରରେ ନିବେଶକଙ୍କ ସଂଖ୍ୟା ୪.୦୯ କୋଟି ରହିଥିଲା। ଇତିମଧ୍ୟରେ କରୋନା ମହାମାରୀକୁ ଦୁଇବର୍ଷ ପୂରଣ ହୋଇଛି। ୨୦୨୨ ମାର୍ଚ୍ଚ ବେଳକୁ ଦୋରେ ସେୟାର ବଜାର ନିବେଶକଙ୍କ ସଂଖ୍ୟା ୮.୯୭ କୋଟିରେ ପହଞ୍ଚିଛି। ଅର୍ଥାତ ୨୦୨୦ ମାର୍ଚ୍ଚରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ଦେଶରେ ଡିମାଟ୍ ଆକାଉଣ୍ଟ ସଂଖ୍ୟା ୨.୧୯ ଗୁଣା ବଢ଼ିଯାଇଛି। ଫଳରେ ଗତ ୨ ବର୍ଷ ମଧ୍ୟରେ ମାସକୁ ପାଖାପାଖି ୨୦ ଲକ୍ଷରୁ ଅଧିକ ଡିମାଟ୍ ଆକାଉଣ୍ଟ ଖୋଲାଯାଇଛି। କେବଳ ସେତିକି ନୁହେଁ, ଏହି ଆକାଉଣ୍ଟ ଜରିଆରେ ନିବେଶ ରାଶି ମଧ୍ୟ ଦୁଇଗୁଣା ବଢ଼ି ୨ ଲକ୍ଷ କୋଟି ହୋଇଛି। ଏନଏସଡିଏଲ ଏବଂ ସିଡିଏସଏଲରୁ ଉକ୍ତ ତଥ୍ୟ ସାମ୍ନାକୁ ଆସିଛି। ନୂଆ ଡିମାଟ ଆକାଉଣ୍ଟ ଖୋଲିଥିବା ୮୦ ପ୍ରତିଶତରୁ ଅଧିକ ଗ୍ରାହକ ଟିଏର-୨ ଏବଂ ଟିଏର-୩ ସହରର। ଏଥିସହିତ ୭୦ ପ୍ରତିଶତ ଲୋକ ପ୍ରଥମ ଥର ପାଇଁ ନିବେଶ କରିଛନ୍ତି। ସ୍ମାର୍ଟଫୋନର ବ୍ୟବହାର ଏବଂ ଆକର୍ଷଣୀୟ ରିଟର୍ଣ୍ଣ ମିଳିବା ଦ୍ବାରା ଦେଶରେ ସେୟାର ବଜାର ନିବେଶକ ସଂଖ୍ୟା ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି। ଡିମାଟ ଆକାଉଣ୍ଟରେ କେୱାଇସି ଦେବା ସମୟ ସୀମାକୁ ସେବି ୩୧ ମାର୍ଚ୍ଚରୁ ୩୦ ଜୁନ୍ ପର୍ଯ୍ୟନ୍ତ ବଢ଼ାଇଛି।
କରୋନାବେଳେ ସେୟାର ବଜାର ନିବେଶକଙ୍କ ସଂଖ୍ୟା ଦୁଇଗୁଣା ବୃଦ୍ଧି
/sambad/media/post_attachments/wp-content/uploads/2020/05/share-market.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)