ନୂଆଦିଲ୍ଲୀ : ସ୍ଥାନୀୟ ଚାଷୀଙ୍କୁ ସାହାଯ୍ୟ କରିବା ଲାଗି ଶୁଳ୍କମୁକ୍ତ ସୋୟା ଅଏଲ୍‌ ଆମଦାନିକୁ ଆସନ୍ତା ଏପ୍ରିଲ୍‌ ୧ରୁ ବନ୍ଦ କରାଯିବ। ସେହି ଖାଇବା ତେଲ ଆମଦାନି ଉପରେ ଟିକସ ଲାଗିବ। ଗତବର୍ଷ ଦେଶରେ ଖାଇବା ତେଲ ମହଙ୍ଗା ହେବା ପରେ ୩ ନିୟୁତ ଟନ୍ ‌ସୋୟା ଅଏଲ୍‌ର ଶୁଳ୍କ ମୁକ୍ତ ଆମଦାନି ଲାଗି ସରକାର ଅନୁମତି ଦେଇଥିଲେ। ଏହି ସୁବିଧା ଆମଦାନିକାରୀଙ୍କୁ ଏପ୍ରିଲ୍‌ରୁ ମିଳିବ ନାହିଁ। ତେବେ ଶୁଳ୍କମୁକ୍ତ ଭାବେ ୨ ନିୟୁତ ଟନ୍ ଅଶୋଧିତ ସନ୍‌ଫ୍ଲାୱାର ଅଏଲ୍‌ ଆମଦାନି ଲାଗି ଯେଉଁ ଅନୁମତି ଦିଆଯାଇଛି ସେହି ନିଷ୍ପତ୍ତି ବଳବତ୍ତର ରହିବ।