ଇ-ବ୍ଲାକ୍‌ ବୋର୍ଡ କାର୍ଯ୍ୟକ୍ରମ ଆରମ୍ଭ ହେବ

ଶିକ୍ଷକମାନଙ୍କ ପାଇଁ ଏକୀକୃତ ବିଇଡି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଆଦିବାସୀ ବହୁଳ ଅଞ୍ଚଳରେ ଅଧିକ ଏକଲବ୍ୟ ଆବାସିକ ବିଦ୍ୟାଳୟ ନିର୍ମାଣ କରାଯିବ । ଉଚ୍ଚ ଶିକ୍ଷାର ଭିତ୍ତିଭୂମି, ଢ଼ାଞ୍ଚା ଓ ବ୍ୟବସ୍ଥାଗତ ଉନ୍ନତି ପାଇଁ ରାଇଜ୍‌ ଯୋଜନା ଅଧିନରେ ଆଗାମୀ ୪ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ । ନିର୍ମାଣ ଢାଞ୍ଚାକୁ ଆଧୁନିକ ଢଙ୍ଗରେ ଗଢ଼ିବା ଲାଗି ଦେଶରେ ୧୮ଟି ନୂତନ ଯୋଜନା ଓ ସ୍ଥାପତ୍ୟ ସଂସ୍ଥାନ ପ୍ରତିଷ୍ଠା କରାଯିବ । ଗବେଷଣାକୁ ପ୍ରୋତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ଅନୁସନ୍ଧାନ ଓ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ହେବ। ସ୍ୱଦେଶୀ ଜ୍ଞାନ କୌଶଳ ଆଧାରିତ ୫ଜି ଟେକ୍ନୋଲଜିର ବିକାଶ ପାଇଁ ଚେନ୍ନାଇରେ ଆଧୁନିକ ଗବେଷଣାଗାର ପ୍ରତିଷ୍ଠା ହେବ । କୃତ୍ରିମ ଜ୍ଞାନ ପାଇଁ ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସେହିପରି ଦୂର ଦୂରାନ୍ତ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ଇ-ବ୍ଲାକ ବୋର୍ଡ କାର୍ଯ୍ୟକ୍ରମ ଆରମ୍ଭ କରାଯିବାର ପ୍ରସ୍ତାବ ରହିଛି ।

ସମ୍ବନ୍ଧିତ ଖବର