ଇ-ବୁକ୍‌ରେ ପାଠ ପଢ଼ା

ଆଜିର ସୂଚନା ପ୍ରଯୁକ୍ତି ଯୁଗରେ ଅଧିକାଂଶ ପୁସ୍ତକପ୍ରେମୀ ବ୍ୟକ୍ତି ଇ-ବୁକ୍‌ ବା ଡିଜିଟାଲ ବୁକ୍‌ର ସହାୟତାରେ ସେମାନଙ୍କ ପାଠ ପଢ଼ା ନିଶା ମେଣ୍ଟାଉଛନ୍ତି। ଟ୍ରେନ୍‌ରେ, ବିମାନରେ ଯାତ୍ରା କରିବା ସମୟରେ ହେଉ କିମ୍ବା ଷ୍ଟେସନ୍‌ରେ ଓ ବିମାନ ବନ୍ଦରରେ ଦୀର୍ଘ ସମୟ ଧରି ଟ୍ରେନ୍‌ ଏବଂ ବିମାନକୁ ଅପେକ୍ଷା କରିବା ସମୟରେ ଅନେକ ବ୍ୟକ୍ତି ବହି ବଦଳରେ ଡିଜିଟାଲ ବହି ପଢ଼ୁଥିବା ନଜରକୁ ଆସୁଛି। ଇ-ପୁସ୍ତକ ପ୍ରତି ଚାହିଦା ବଢ଼ିବାର ଅନେକ କାରଣ ରହିଛି। ଗୋଟିଏ ଡିଭାଇସ୍‌ରେ ଲୋକମାନେ ଯେଉଁ ପୁସ୍ତକ ଚାହୁଁଛନ୍ତି ତାହାକୁ ତତ୍‌କ୍ଷଣାତ୍‌ ପଢ଼ି ପାରୁଛନ୍ତି। ଏଥିସହିତ ସଙ୍ଗରେ ପୁସ୍ତକ ଆଦି ବୋହିବା ଜନିତ ଅସୁବିଧା ମଧ୍ୟ ରହୁନାହିଁ।
ଆମାଜନ୍‌ ଡଟ୍‌ କମ୍‌, କୋବେ ଡଟ୍‌ କମ୍‌, ଲୟାଲବୁକ୍ସ ଡଟ୍‌ କମ୍‌, ଫ୍ରି ଇବୁକ୍ସ ଡଟ୍‌ ନେଟ୍‌ ଆଦି େଓ୍ଵବସାଇଟ୍‌ରୁ ଇ-ବୁକ୍‌ ଡାଉନଲୋଡ୍‌ କରାଯାଇ ପାରୁଛି। ଗପଠାରୁ ଆରମ୍ଭ କରି ଉପନ୍ୟାସ ଏବଂ ଆତ୍ମଜୀବନୀ ସମେତ ଅନ୍ୟ ପୁସ୍ତକମାନ ଏହା ମାଧ୍ୟମରେ ପଢ଼ିବାର ସୁଯୋଗ ପାଠକଙ୍କୁ ମିଳୁଛି। କେତେକ େଓ୍ଵବସାଇଟ୍‌ରୁ ପୁସ୍ତକ ଡାଉନଲୋଡ ପାଇଁ ଅର୍ଥ ଦେବାକୁ ପଡ଼ୁଥିବାବେଳେ ଆଉ କେତେକ ପୁସ୍ତକ ମାଗଣାରେ ଡାଉନଲୋଡ କରାଯାଇ ପାରୁଛି। ଆଗାମୀ ଦିନରେ ଏହି ଧାରା ବ୍ୟାପକ ହେବ ବୋଲି ବିଶ୍ଳେଷକମାନେ ମତ ଦେଉଛନ୍ତି।

ସମ୍ବନ୍ଧିତ ଖବର