ଭୁବନେଶ୍ବର: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ସିଏସ୍ଆର୍ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ପକ୍ଷରୁ ଯାଜପୁରର କଳିଙ୍ଗନଗରରେ ଇ-ଶିକ୍ଷା ଏକ୍ସପ୍ରେସ୍ ଓ କନ୍ୟା ଏକ୍ସପ୍ରେସ୍ ଆରମ୍ଭ କରାଯାଇଛି। ଏହାକୁ ଯାଜପୁର ଜିଲ୍ଲାପାଳ ପି ଅନୱେସା ରେଡ୍ଡି ଉଦ୍ଘାଟନ କରିଥିଲେ। ଏହି ଅବସରରେ ଯାଜପୁର ଉପ ଜିଲ୍ଲାପାଳ ସ୍ବପନ କୁମାର ନନ୍ଦ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପାର୍ବତୀ ସାହୁ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ ମିଶ୍ର, ବ୍ଲକ୍ ବିକାଶ ଅଧିକାରୀ ପ୍ରଦୀପ ସେଠୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନନ୍ଦିନୀ ପ୍ରଭା ମିଶ୍ର, ଭାରାପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ଜ୍ୟୋତି ମହାପାତ୍ର ଉପସ୍ଥିତ ଥିଲେ।
ଇ-ଶିକ୍ଷା ଏକ୍ସପ୍ରେସ୍ ଭ୍ରାମ୍ୟମାଣ ଡିଜିଟାଲ ଶିକ୍ଷଣ କେନ୍ଦ୍ର ଭାବେ କାର୍ଯ୍ୟ କରୁଛି। ସେହିପରି, ଶିକ୍ଷା ଏକ୍ସପ୍ରେସ୍ ହେଉଛି କିଶୋରୀ ବାଳିକାମାନଙ୍କ ମଧ୍ୟରେ ରକ୍ତହୀନତାର ମୁକାବିଲା କରିବା ପାଇଁ ଏକ ଭ୍ରାମ୍ୟମାଣ ପଦକ୍ଷେପ। ଏ ସମ୍ପର୍କରେ ଫାଉଣ୍ଡେସନ୍ର ଟ୍ରଷ୍ଟି ତଥା ସିଇଓ ଶୈଫାଳିକା ପଣ୍ଡା କହିଛନ୍ତି ଯେ ଗୋଷ୍ଠୀ ପାଇଁ ପ୍ରକୃତ ବିକାଶ କାର୍ଯ୍ୟ ପ୍ରଥମ ଦିନରୁ ଆରମ୍ଭ ହେବା ଆବଶ୍ୟକ। କନ୍ୟା ଏକ୍ସପ୍ରେସ୍ ଓ ଇ-ଶିକ୍ଷା ଏକ୍ସପ୍ରେସ୍ କୁ ଆମେ ତାହା ଆବଶ୍ୟକ କରୁଥିବା ଲୋକମାନଙ୍କ ପାଖକୁ ସିଧାସଳଖ ନେଉଛୁ ବୋଲି ସେ କହିଛନ୍ତି।
ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ର ଇ-ଶିକ୍ଷା, କନ୍ୟା ଏକ୍ସପ୍ରେସ୍
ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ସିଏସ୍ଆର୍ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ପକ୍ଷରୁ ଯାଜପୁରର କଳିଙ୍ଗନଗରରେ ଇ-ଶିକ୍ଷା ଏକ୍ସପ୍ରେସ୍ ଓ କନ୍ୟା ଏକ୍ସପ୍ରେସ୍...
/sambad/media/media_files/2025/07/15/aqzwsxcde-2025-07-15-06-00-29.jpg)