ନୂଆଦିଲ୍ଲୀ : ଡିସେମ୍ବର ୫ ତାରିଖରୁ ଦେଶରେ ପାନ କାର୍ଡକୁ ନେଇ ଅନେକ ନିୟମରେ ପରିବର୍ତ୍ତନ ହେଉଥିବା ବେଳେ ଏକ ଭଲ ଖବର ମଧ୍ୟ ରହିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏଣିକି ଖୁବ ଶୀଘ୍ର ଆପଣଙ୍କୁ ଆପଣଙ୍କ ପାନ୍ କାର୍ଡ ଆବେଦନ କରିବାର ମାତ୍ର ୪ ଘଣ୍ଟା ଭିତରେ ମିଳିଯିବ । ଏଥିପାଇଁ କେବଳ ଆଧାରକାର୍ଡର ଆବଶ୍ୟକତା ପଡ଼ିବ । ଆଶା କରାଯାଉଛି ଆଗାମୀ ୧ ବର୍ଷ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ ହୋଇଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ସେଂଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି)ର ଚେୟାରମ୍ୟାନ୍ ସୁଶୀଲ ଚନ୍ଦ୍ରା କହିଛନ୍ତି, ଆୟକର ବିଭାଗ ମାତ୍ର ୪ ଘଣ୍ଟାରେ କିପରି ପାନ୍ କାର୍ଡ ଯୋଗାଇ ଦିଆଯିବ, ସେହି ଯୋଜନା ଉପରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି । ଗତ ୨୦୧୭ ମସିହା ଏପ୍ରିଲ ମାସରେ ସିବିଡିଟି ଇ-ପାନ୍ ସୁବିଧା ଆରମ୍ଭ କରିଥିଲା । ଏହା ଜରିଆରେ ପ୍ରତ୍ୟେକ ଆବେଦନକାରୀଙ୍କୁ ସେମାନଙ୍କର ଇମେଲ୍ ଆଇଡି ମାଧ୍ୟମରେ ପାନ୍ କାର୍ଡର ସଫ୍ଟ କପି ପିଡିଏଫ୍ ଫର୍ମାଟରେ ପଠାଯାଇ ପାରିବଏବଂ ଆବେଦନକାରୀମାନେ ନିଜ ଇ-ମେଲ୍ ଆଇଡିରୁ ଇ-ପାନ୍ ଡାଉନଲୋଡ୍ କରି ଏହାକୁ ଉପଯୋଗ କରିପାରିବେ ।