ଇଏସ୍‌ଆଇ ହିତାଧିକାରୀଙ୍କ ପାଇଁ ଇ-ପେମେଣ୍ଟ୍‌ ସୁବିଧା

ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି)ର ହିତାଧିକାରୀମାନଙ୍କୁ ସେମାନଙ୍କ ବ୍ୟାଙ୍କ ଖାତାରେ ଇ-ପେମେଂଟ ଜରିଆରେ ସିଧାସଳଖ ଅର୍ଥ ପଇଠ କରାଯିବ। ଏଥିରେ ଆଉ ମନୁଷ୍ୟ ହସ୍ତକ୍ଷେପ ରହିବ ନାହିଁ। ସ୍ବୟଂକ୍ରିୟ ବ୍ୟବସ୍ଥା ଜରିଆରେ ହିତାଧିକାରୀଙ୍କ ପାଖରେ ଟଙ୍କା ପହଞ୍ଚିବ। ଏନେଇ ଇଏସ୍‌ଆଇସି ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନିଜର କ୍ୟାସ ମ୍ୟାନେଜମେଣ୍ଟ୍‌ ପ୍ରଡକ୍ଟ (ସିଏମ୍‌ପି) ଇ-ପେମେଣ୍ଟ୍‌ ପ୍ରଯୁକ୍ତି ବ୍ୟବସ୍ଥା ଜରିଆରେ ଇଏସ୍‌ଆଇସିର ଉଦ୍ୟୋଗୀ ସମ୍ବଳ ଯୋଜନା (ଇଆର୍‌ପି) ପ୍ରକ୍ରିୟା ସହ ଇ-ପେମେଣ୍ଟ୍‌ ସଂଯୋଗ ବ୍ୟବସ୍ଥାକୁ ଯୋଡ଼ିବ। ଏହି ବ୍ୟବସ୍ଥା ଦ୍ବାରା ହିତାଧିକାରୀଙ୍କ ମଧ୍ୟରେ କମ୍ ସମୟରେ ପ୍ରାପ୍ୟ ପହଞ୍ଚିପାରିବ ଏବଂ ଡାଟା ଏଣ୍ଟ୍ରି ଜନିତ ତ୍ରୁଟି ମଧ୍ୟ ଦୂର ହୋଇପାରିବ। ଏହା ଦ୍ବାରା ଇଏସ୍‌ଆଇସିର ସମସ୍ତ ଅଂଶୀଦାର ଲାଭବାନ ହେବେ। ଇଏସ୍‌ଆଇସିର ମହାନିର୍ଦେଶକ ରାଜ କୁମାର ଏବଂ ଷ୍ଟେଟ୍‌ ବ୍ୟାଙ୍କର ଡିଜିଏମ୍ ସୁନୀଲ ୱାଧେରାଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ସମ୍ବନ୍ଧିତ ଖବର