ଡିସେମ୍ବରରେ ଆସିବ ଇ-ସ୍କୁଟ୍‌, ଇ-ମୋପେଡ୍‌

ଭୁବନେଶ୍ୱର: ଗୁଜରାଟ ଟୁନିଓ୍ଵାଲା ନାମକ ସଂସ୍ଥା ପକ୍ଷରୁ ଚଳିତ ବର୍ଷ ଡିସେମ୍ବର ପ୍ରଥମ ସପ୍ତାହରେ ଇ ସ୍କୁଟ ଏବଂ ଇ-ମୋପେଡ୍‌କୁ ଓଡ଼ିଶା ବଜାରରେ ଉନ୍ମୋଚନ କରାଯିବ। ଚାରିଟି ଭାରିଆଣ୍ଟ୍‌ ଏବଂ ୭ଟି ରଙ୍ଗରେ ଇ-ସ୍କୁଟ ଉପଲବ୍ଧ ହେବ। ଥରେ ଚାର୍ଜ କଲେ ଏହା ୧୦୦-୧୫୦ କିମି ପର୍ଯ୍ୟନ୍ତ ଯାତ୍ରା କରିବ। ଏହାର ସର୍ବାଧିକ ବେଗ ହେଉଛି ୫୦ କିମି। ଏହାର ମୂଲ୍ୟ ୪୦-୬୦ ହଜାର ଟଙ୍କା ଭିତରେ ରହିଛି। ସେହିପରି ଇ-ମୋପେଡ୍‌କୁ ଥରେ ଚାର୍କ କଲେ ତାହା ମଧ୍ୟ ୧୦୦-୧୫୦ କିମି ପର୍ଯ୍ୟନ୍ତ ଯାତ୍ରା କରିବ। ଏହା ସର୍ବାଧିକ ବେଗ ୫୦ କିମି ହୋଇଥିବା ବେଳେ ଏହା ୨୦୦ କେଜି ଭାର ବୋହିପାରିବ। ଚାର୍ଜିଂ କରିବା ଖର୍ଚ ହେଉଛି ମାତ୍ର ୪୦ ଟଙ୍କା। ଏହା ପାଞ୍ଚଟି ରଙ୍ଗରେ ଉପଲବ୍ଧ ହେଉଛି। ଏହାର ବିଭିନ୍ନ ମଡେଲ୍‌ର ମୂଲ୍ୟ ୪୦-୬୦ ହଜାର ଟଙ୍କା ଭିତରେ ରହିଛି। ଉଭୟ ଇ-ସ୍କୁଟ ଏବଂ ଇ-ମୋପେଡ୍‌ରେ ଟ୍ୟୁବ୍‌ଲେସ୍‌ ଟାୟାର, ଆଣ୍ଟି ଥେପ୍‌ଟ ଲକିଂ ସିଷ୍ଟମ୍‌, ଡିସ୍କ ବ୍ରେକ୍‌, ଲଗେଜ୍‌ କ୍ୟାରିଅର ଏବଂ ମୋବାଇଲ୍‌ ଚାର୍ଜର ସୁବିଧା ରହିଛି। ଉଭୟ ପ୍ରକାର ଗାଡ଼ି ଉପରେ ୭୫୦୦-୯୫୦୦ ଟଙ୍କାର ସବ୍‌ସିଡି ମିଳୁଛି। ରାହୁଲ ଅଟୋ କେୟାର ଭୁବନେଶ୍ୱରକୁ କଂପାନି ଓଡ଼ିଶାର ବିତରକ ଭାବେ ନିଯୁକ୍ତ କରିଛି।

ସମ୍ବନ୍ଧିତ ଖବର