ଖିମ୍‌ଜୀ କର୍ମଚାରୀଙ୍କ ପାଇଁ ଇ-ଯାନ: ‘ଲେଟ୍‌ସ ଡ୍ରାଇଇଭି’ ସହ ସହଭାଗିତା

ଭୁବନେଶ୍ବର: ଏକ ସ୍ବଚ୍ଛ ସ୍ମାର୍ଟ ସିଟି ପ୍ରତି ଏକ ଛୋଟ ପଦକ୍ଷେପ ସ୍ବରୂପ ରାଜ୍ୟର ସବୁଠୁ ବିଶ୍ବସ୍ତ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଏହାର କର୍ମଚାରୀମାନଙ୍କ ପାଇଁ ଇ-ଯାନର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଗୋ ଗ୍ରିନ୍ ପଦକ୍ଷେପ ଆରମ୍ଭ କରାଯାଇଛି। ଏହି ପଦକ୍ଷେପ ଅନୁଯାୟୀ, ପରିବେଶ ଉପରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ଲାଗି ବର୍ତମାନଠାରୁ ଖିମଜୀ ଜୁଏଲର୍ସର ସମସ୍ତ କର୍ମଚାରୀ ଇ-ଯାନ ବ୍ୟବହାର କରିବେ। ଭୁବନେଶ୍ବରର ଲେଟ୍‌ସ ଡ୍ରାଇଇଭି ସହ ସହଭାଗିତାରେ ଖିମ୍‌ଜୀ ଜୁଏଲର୍ସ ରେଣ୍ଟାଲ୍ ଆଧାରରେ ଏହି ସେବା ଆରମ୍ଭ କରିଛି।ଏହି ଅଭିଯାନ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି ଯେ ଏକ ଦାୟିତ୍ବବାନ ନାଗରିକ ହୋଇଥିବାରୁ ଖିମ୍‌ଜୀ ଜୁଏଲର୍ସ ଲୋକମାନଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛି। ଆମର ଗୋ ଗ୍ରିନ୍ ପଦକ୍ଷେପ କେବଳ କର୍ମଚାରୀମାନଙ୍କ ପାଇଁ ପ୍ରଦୂଷଣମୁକ୍ତ ଯାତାୟାତକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ଏକ ସବୁଜ ପରିବେଶ ପାଇଁ ଏହିଭଳି ପଦକ୍ଷେପ ଗ୍ରହଣ କରିବା ଲାଗି ଅନ୍ୟମାନଙ୍କୁ ଉତ୍ସାହିତ କରିବ।

ସମ୍ବନ୍ଧିତ ଖବର