ଏପ୍ରିଲରୁ ଇ-େଓ୍ଵ ବିଲ୍‌

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲରୁ ଦେଶବ୍ୟାପୀ ଇଲେକ୍‌ଟ୍ରୋନିକ-େଓ୍ଵ ବିଲ୍‌ ବା ଇ-େଓ୍ଵ ବିଲ୍‌ କାର୍ଯ୍ୟକାରୀ ହେବ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୨୬ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ବ୍ୟବସାୟୀଙ୍କ ପାଇଁ ଜିଏସ୍‌ଟି ରିଟର୍ଣ୍ଣ ଫର୍ମକୁ ସରଳ କରିବା ନେଇ ଆଜିର ବୈଠକରେ କୌଣସି ନିଷ୍ପତ୍ତି ପରିଷଦ ନେଇପାରି ନାହିଁ। ଏଥିପାଇଁ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀଗୋଷ୍ଠୀ କମିଟି ଗଠନ କରାଯାଇଛି। ଗୋଟିଏ ପୃଷ୍ଠାର ସରଳ ଜିଏସ୍‌ଟି ଫର୍ମ ମାସେ ମଧ୍ୟରେ ପ୍ରସ୍ତୁତ କରିବା ଲାଗି ଏହି କମିଟିକୁ ଦାୟିତ୍ୱ ଦିଆଯାଇଛି। ଫଳରେ ବର୍ତମାନର ଜିଏସ୍‌ଟିଆର୍‌ ୩ବି ଫର୍ମ ବ୍ୟବସ୍ଥାକୁ ଆଉ ୩ ମାସ ବୃଦ୍ଧି କରିବା ଲାଗି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଇ-େଓ୍ଵ ବିଲ୍‌ ଆସନ୍ତା ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ। ରାଜ୍ୟ ଓ ରାଜ୍ୟ ମଧ୍ୟରେ ମାଲପରିବହନ ପାଇଁ ଏହା କାର୍ଯ୍ୟକାରୀ ହେବ। ତେବେ ରାଜ୍ୟ ଭିତରେ ମାଲ ପରିବହନ ପାଇଁ ଇ-େଓ୍ଵ ବିଲ୍‌ ପର୍ଯ୍ୟାୟକ୍ରମେ ଆସନ୍ତା ଏପ୍ରିଲ ୧୫ ତାରିଖରୁ କାର୍ଯ୍ୟକାରୀ ହେବ। ଏହାର ଦେଶବ୍ୟାପୀ କାର୍ଯ୍ୟକାରିତାକୁ ଜୁନ୍‌ ୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲାଗି ନିଷ୍ପତ୍ତି ହୋଇଛି। ରାଜ୍ୟ ଭିତରେ ମାଲ ପରିବହନ ପାଇଁ ପ୍ରଥମ ପର୍ଯ୍ୟାୟରେ କେଉଁ କେଉଁ ରାଜ୍ୟ ଗୁଡ଼ିକ ଇ-େଓ୍ଵ ବିଲ୍‌ କାର୍ଯ୍ୟକାରୀ କରିବେ ତାହାର ନିଷ୍ପତ୍ତି ଆସନ୍ତା ଏପ୍ରିଲ ୭ ତାରିଖରେ ନିଆଯିବ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଜିଏସ୍‌ଟି ପରିଷଦ ରପ୍ତାନିକାରୀଙ୍କ ପାଇଁ ଟିକସ ଛାଡ଼କୁ ଆଉ ୬ ମାସ ବୃଦ୍ଧି କରାଯାଇଛି। ଗତ ଅକ୍ଟୋବରରେ ଜିଏସ୍‌ଟି ପରିଷଦ ନିଷ୍ପତ୍ତି ନେଇଥିଲା ଯେ ରପ୍ତାନିକାରୀମାନେ ସେମାନଙ୍କ ରପ୍ତାନି ଉପରେ ଚଳିତମାସ ଶେଷ ପର୍ଯ୍ୟନ୍ତ ୦.୧ ପ୍ରତିଶତ ହାରରେ ଆଇଜିଏସ୍‌ଟି ବା ସମନ୍ଵିତ ଜିଏସ୍‌ଟି ପ୍ରଦାନ କରିବେ। ସେହିଭଳି ଟିଡିଏସ୍‌ କାଟିବା ଓ ଟିସିଏସ୍‌ ସଂଗ୍ରହ ବ୍ୟବସ୍ଥା ସମେତ ରିଭର୍ସ ଚାର୍ଜ ବ୍ୟବସ୍ଥାକୁ ପରିଷଦ ଆସନ୍ତା ଜୁନ୍‌ ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛି।

ସମ୍ବନ୍ଧିତ ଖବର