ଜୁନ୍‌ ସୁଦ୍ଧା ଦେଶବ୍ୟାପୀ ଇ-େଓ୍ଵ ବିଲ୍‌

ନୂଆଦିଲ୍ଲୀ: ଦେଶରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ମାଲ ପରିବହନ ଲାଗି ଆସନ୍ତା ଜୁନ୍‌ ୧ ତାରିଖ ସୁଦ୍ଧା ଦେଶବ୍ୟାପୀ ଇ-େଓ୍ଵ ବିଲ୍‌ ବା ଇଲେକ୍‌ଟ୍ରୋନିକ୍‌ େଓ୍ଵ-ବିଲ୍‌ କାର୍ଯ୍ୟକାରୀ ହେବ। ଜିଏସ୍‌ଟି ପରିଷଦର ୨୪ତମ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଏହି ବ୍ୟବସ୍ଥା ପ୍ରଚଳନ ପାଇଁ ସୂଚନା ପ୍ରଯୁକ୍ତି ଭିତ୍ତିଭୂମି ପ୍ରସ୍ତୁତିର ସମୀକ୍ଷା କରିବା ପରେ ପରିଷଦ ଏହି ନିଷ୍ପତ୍ତି ନେଇଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଜିଏସ୍‌ଟି ପରିଷଦ ବୈଠକ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ହୋଇଥିଲା। ତେବେ ବୈଠକରେ ରାଜ୍ୟ ଏବଂ ରାଜ୍ୟ ମଧ୍ୟରେ ଇ-େଓ୍ଵ ବିଲ୍‌କୁ ଆସନ୍ତା ଫେବ୍ରୁଆରି ପହିଲାରୁ ବାଧ୍ୟତାମୂଳକ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଜାତୀୟ ସ୍ତରରେ ଇ-େଓ୍ଵ ବିଲ୍‌ କାର୍ଯ୍ୟକାରୀ ପାଇଁ ବ୍ୟବସ୍ଥା ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକ ସେମାନଙ୍କ ନିଜସ୍ୱ ଇ-େଓ୍ଵ ବିଲ୍‌ ବ୍ୟବସ୍ଥା ପ୍ରଚଳନ କରିପାରିବେ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଇ-େଓ୍ଵ ବିଲ୍‌ କାର୍ଯ୍ୟକାରୀ କରିବା ନେଇ ସମୟ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଏହି ସମୟ ନିର୍ଘଣ୍ଟ ଅନୁଯାୟୀ ଆସନ୍ତା ଜାନୁଆରି ୧୬ ସୁଦ୍ଧା ଦେଶବ୍ୟାପୀ ଇ-େଓ୍ଵ ବିଲ୍‌ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ ହେବ। ତେଣୁ ବ୍ୟବସାୟ ପ୍ରତିଷ୍ଠାନ ଓ ପରିବହନକାରୀମାନେ ଏହି ବ୍ୟବସ୍ଥାକୁ ଆସନ୍ତା ଜାନୁଆରି ୧୬ ତାରିଖରୁ ସ୍ୱେଚ୍ଛାକୃତଭାବେ କାର୍ଯ୍ୟକାରୀ କରିପାରିବେ। ଏହାପରେ ଆସନ୍ତା ଫେବ୍ରୁଆରି ୧ ତାରିଖରୁ ରାଜ୍ୟ ରାଜ୍ୟ ମଧ୍ୟରେ ହେଉଥିବା ମାଲ ପରିବହନ ପାଇଁ ଇ-େଓ୍ଵ ବିଲ୍‌ର ବାଧ୍ୟତାମୂଳକ କାର୍ଯ୍ୟକାରିତା ନେଇ ବିଜ୍ଞପ୍ତି ଜାରି ହେବ। କିନ୍ତୁ ରାଜ୍ୟ ଭିତରେ ଏବଂ ରାଜ୍ୟ ରାଜ୍ୟ ଗୁଡ଼ିକ ମଧ୍ୟରେ ମାଲ ପରିବହନ ଲାଗି ଇ-େଓ୍ଵ ବିଲ୍‌ ଆସନ୍ତା ଜୁନ୍‌ ପହିଲାରୁ ଦେଶବ୍ୟାପୀ ଯେ କୌଣସି ପ୍ରକାରେ କାର୍ଯ୍ୟକାରୀ ହେବ ବୋଲି ପରିଷଦ ନିଷ୍ପତ୍ତି ନେଇଛି। ଜାନୁଆରି ୧୬ ତାରିଖ ସୁଦ୍ଧା ରାଜ୍ୟ ଭିତରେ ଏବଂ ରାଜ୍ୟ ରାଜ୍ୟ ଗୁଡ଼ିକ ମଧ୍ୟରେ ଇ-େଓ୍ଵ ବିଲ୍‌ ସୃଷ୍ଟିର ବ୍ୟବସ୍ଥା ପ୍ରସ୍ତୁତ ହୋଇଗଲେ ରାଜ୍ୟ ଗୁଡ଼ିକ ସେମାନଙ୍କ ସମୟ ଅନୁଯାୟୀ ଏହାକୁ କାର୍ଯ୍ୟକାରୀ କରିବେ। କିନ୍ତୁ ଦେଶର ସବୁ ରାଜ୍ୟ ଗୁଡ଼ିକ ଏହି ବ୍ୟବସ୍ଥାକୁ ଆସନ୍ତା ଜୁନ୍‌ ପହିଲା ପୂର୍ବରୁ କାର୍ଯ୍ୟକାରୀ କରିବେ।

ସମ୍ବନ୍ଧିତ ଖବର