ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିବେକ ଦେବରାୟଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ (ଇଏସି) ଗଠନ କରିବା ପରେ ଯୋଜନା ଆୟୋଗ ସ୍ଥାନରେ ଗଠନ ହୋଇଥିବା ନିତି ଆୟୋଗ ଏହାର ଗୁରୁତ୍ୱ ହରାଉଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ୧୦ଟି ପ୍ରମୁଖ କ୍ଷେତ୍ରକୁ ଚିହ୍ନଟ କରିବା ପରେ ଏହା ନିତି ଆୟୋଗର ପ୍ରତିଯୋଗୀ ସଂସ୍ଥା ଭାବେ ଉଭା ହୋଇଛି। ଶ୍ରୀ ଦେବରାୟ ଏହି ପ୍ରସଙ୍ଗକୁ ସେତେଟା ଗୁରୁତ୍ୱର ସହ ନେଉନାହାନ୍ତି। ସେ କହିଛନ୍ତି ଉଭୟ ସଂସ୍ଥା ପରସ୍ପରର ଅନୁପୂରକ ଏବଂ ପରିପୂରକ ଭାବେ କାର୍ଯ୍ୟ କରିବେ। କିନ୍ତୁ ଶ୍ରୀ ଦେବରାୟଙ୍କ ମତ ସହ ନିତି ଆୟୋଗର ଅଧିକାରୀମାନେ ସହମତ ହୋଇ ପାରୁନାହାନ୍ତି। କିନ୍ତୁ ଦୁଇଟି ଯାକ ସଂସ୍ଥା ପରସ୍ପର ସହିତ ପ୍ରତିଯୋଗିତା କରୁଛନ୍ତି ବୋଲି କେତୋଟି ପ୍ରସଙ୍ଗରୁ ଜଣାପଡ଼ୁଛି। ସରକାର ଧାର୍ଯ୍ୟ ବିତ୍ତୀୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଶ୍ରୀ ଦେବରାୟ କହୁଥିବାବେଳେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟକୁ କୋହଳ କରାଯିବା ସପକ୍ଷରେ ମତ ଦେଉଛନ୍ତି। ଦେଶରେ ଅଧିକ ପୁଞ୍ଜି ବ୍ୟୟ (କ୍ୟାପିଟାଲ ଏକ୍ସପେଣ୍ଡିଚର୍) କରାଗଲେ ଧାର୍ଯ୍ୟ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟକୁ କୋହଳ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଶ୍ରୀ କୁମାର କହୁଛନ୍ତି।
ଗୁରୁତ୍ୱ ହରାଉଛି ନିତି ଆୟୋଗ
/sambad/media/post_attachments/wp-content/uploads/2017/10/220px-Emblem_of_East_African_Community_svg.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)