ଇଜ୍ ଅଫ୍ ଡୁଇଂ ବିଜ୍‌ନେସ୍ ରୢାଙ୍କ ଲକ୍ଷ୍ୟ ଶ୍ରେଷ୍ଠ ୫୦

ଗାନ୍ଧୀନଗର: ଇଜ୍ ଅଫ୍ ଡୁଇଂ ବିଜ୍‌ନେସ୍ ବା ଅନୁକୂଳ ବ୍ୟବସାୟିକ ବାତାବରଣ ତାଲିକାରେ ଭାରତକୁ ବିଶ୍ବର ଶ୍ରେଷ୍ଠ ୫୦ଟି ଦେଶ ମଧ୍ୟରେ ରଖିବା ଲାଗି ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ସୂଚନା ଦେଇଛନ୍ତି। ବିଶ୍ବ ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ଏହି ରୢାଙ୍କିଂ ତାଲିକାରେ ଭାରତ ୭୫ଟି ସ୍ଥାନ ଉପରକୁ ଉଠିଛି। ଭାରତ ଏବେ ୭୭ତମ ସ୍ଥାନରେ ରହିଛି। କଠିନ ପରିଶ୍ରମ କରି ଦେଶକୁ ଆସନ୍ତା ବର୍ଷ ସୁଦ୍ଧା ଏହି ‌ତାଲିକାର ଶ୍ରେଷ୍ଠ ୫୦ଟି ଦେଶ ମଧ୍ୟରେ ରଖିବା ଲାଗି ସେ ତାଙ୍କ ସହଯୋଗୀମାନଙ୍କୁ କହିଛନ୍ତି। ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ନବମ ସଂସ୍କରଣରେ ଉଦବୋଧନ ଦେଇ ଶ୍ରୀ ମୋଦୀ ଏହି ସୂଚନା ଦେଇଛନ୍ତି। ବ୍ୟବସାୟ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ହଟାଇବା ସହିତ ସଂସ୍କାରକୁ ତ୍ବରାନ୍ବିତ କରିବା ଲାଗି ସେ କହିଛନ୍ତି।

ସମ୍ବନ୍ଧିତ ଖବର