ପାର୍ବଣ ଋତୁରେ ପ୍ରତ୍ୟେକ ଅନ୍‌ଲାଇନ୍‌ ଗ୍ରାହକ ୭,୫୦୦ଟଙ୍କା ଖର୍ଚ୍ଚ କରିଛନ୍ତି: ଫ୍ଲିପ୍‌କାର୍ଟ ଓ ଆମାଜନ୍‌

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନି ଆମାଜନ୍‌ ଓ ଫ୍ଲିପ୍‌କାର୍ଟରେ ଏହି ପାର୍ବଣ ଋତୁରେ ବମ୍ପର ବ୍ରିକ୍ରି ହୋଇଥିବା ଦାବି କରିବା ସହିତ ସମସ୍ତ ରେକର୍ଡ ଭାଙ୍ଗି ଥିବା ସୂଚନା ଦେଇଛି। ସେମାନେ ତାଙ୍କ ଇ-କମର୍ସ ସାଇଟ୍‌ରେ ଦେଶରୁ ୯୯ ପ୍ରତିଶତ ପିନକୋର୍ଡ ଏହି ପାର୍ବଣ ଋତୁରେ ହାସଲ କରିଛନ୍ତି।

କାଣ୍ଟାର ଆଇଏମ୍‌ଆରବି ଓ ଅନ୍ୟ ରିପୋର୍ଟ ଦ୍ୱାରା କରାଯାଇଥିବା ଏକ ସର୍ଭେକ୍ଷଣରୁ ଜଣାପଡ଼ିଛି କି, ଆମାଜନ୍‌ ଇଣ୍ଡିଆର ବରିଷ୍ଠ ଉପାଧ୍ୟକ୍ଷ ଅମିତ ଅଗ୍ରଓ୍ଵାଲ କହିଛନ୍ତି, ଆମଜନ୍‌ରେ ଏହି ପାର୍ବଣ ଋତୁରେ ଅଧିକରୁ ଅଧିକ ସାମଗ୍ରୀ ବିକ୍ରି ହୋଇଛି (ଅକ୍ଟୋବର ୧୦-୧୫, ଅକ୍ଟାବର ୨୪-୨୮ ଓ ନଭେମ୍ବର ୨ରୁ ୫)। ଗୋଟିଏ ଅର୍ଡର ପାଇଁ ୯୯.୩ ପ୍ରତିଶତ ପିନ୍‌କୋର୍ଡ ଆସିଥିଲା। ସେହିପରି ଛୋଟ ସହରର ନୂଆ ଗ୍ରାହକଙ୍କ ସଂଖ୍ୟା ୮୯ ପ୍ରତିଣତ ଥିଲା। ଗୋଟିଏ ଅର୍ଡରରେ ପାଖାପାଖି ୭୦,୦୦୦ ଛୋଟ ଓ ମାଧ୍ୟମ ବ୍ୟବସାୟରେ ହୋଇଛି। ନୂଆ ପ୍ରାଇମ୍‌ ମେମ୍ବରସିପ୍‌ଙ୍କ ସଂଖ୍ୟା ପାଖାପାଖି ୨ଏକ୍ସ ବୃଦ୍ଧି ପାଇଛି।

ସେହିପରି ଆଉ ଏକ ରିପୋର୍ଟରୁ ଜଣାପଡ଼ିଛି କି, ଅକ୍ଟୋବର ୯ରୁ ୧୪ ମଧ୍ୟରେ ଅର୍ଥାତ୍‌ ପାର୍ବଣ ଋତୁ ସମୟରେ ଫ୍ଲିପ୍‌କାର୍ଟ ଇ-କମର୍ସ ସାଇଟରୁ ୫୫ପ୍ରତିଶତ ସେୟାର ହୋଇଥିଲା। ସେହିପରି ଫ୍ଲିପ୍‌କାର୍ଟର ପ୍ରଥମ ପର୍ଯ୍ୟାୟରେ ୩୨ ପ୍ରତିଶତ ସେୟାର ଥିବା ଜଣାପଡ଼ିଛି। ସମ୍ପ୍ରତି ଅର୍ଥାତ୍‌ ନଭେମ୍ବର ୧ରୁ ନେଇ ୫ ପର୍ଯ୍ୟନ୍ତ ବିଗ ବିଲିୟନ୍‌ ଡେଜ୍‌ ବ୍ରିକ୍‌ ଅର୍ଥାତ୍‌ ୨ଏକ୍ସରୁ ଅଧକ ରହିଛି।

ଫ୍ଲିପ୍‌କାର୍ଟ କାର୍ଟ ମୁଖ୍ୟ ସ୍ମୃତି ରବିଚନ୍ଦ୍ରନ୍‌ଙ୍କ କହିବାରନୁସାରେ, ଫେସନ୍‌ ଶ୍ରେଣୀରେ ସେମାନେ ସବୁଠାରୁ ଆଗରେ ଥିଲେ। କାରଣ ତାଙ୍କ ଇ-କମର୍ସ ସାଇଟ୍‌ରେ ପାଖରେ ସମସ୍ତ ପ୍ରକାର ବ୍ରାଣ୍ଡ (ସ୍ମାର୍ଟଫୋନ୍‌ )ଉପଲବ୍ଧ ଥିଲା। ଏଥିରେ ପ୍ରତିଯୋଗୀ କେହି ନଥିଲେ। ଏହି ପାର୍ବଣ ସମୟରେ ପ୍ରତ୍ୟେକ ଅନ୍‌ଲାଇନ୍‌ ଗ୍ରାହକ ପାଖାପାଖି ବିଭିନ୍ନ ସାମଗ୍ରୀ ଉପରେ ୭,୫୦୦ଟଙ୍କାର ଖର୍ଚ୍ଚ କରିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛଇ। ଯାହାକୁ ଗତରବର୍ଷର ଜିଏମ୍‌ଭିର ୯୦ ପ୍ରତିଶତରୁ ଅଧିକ ଥିଲା।

ସମ୍ବନ୍ଧିତ ଖବର