କେଉଁ ରାଜ୍ୟରେ ବ୍ୟବସାୟ କରିବା ସହଜ ? ୧ ନମ୍ବରରେ ଆନ୍ଧ୍ର, ୧୪ତମ ସ୍ଥାନରେ ଓଡ଼ିଶା

ପ୍ରକାଶ ପାଇଲା କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ତାଲିକା

ଭୁବନେଶ୍ୱର : କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଇଜ୍‌ ଅପ ଡୁଇଙ୍ଗ ବିଜନେସ ତାଲିକାରେ ଓଡ଼ିଶା ୧୪ ତମ ସ୍ଥାନରେ ରହିଛି । ତାଲିକାର ପ୍ରଥମସ୍ଥାନରେ ଆନ୍ଧ୍ରପ୍ରଦେଶ କ୍ରମାଗତ ୨ୟ ବର୍ଷ ପାଇଁ ରହିଛି । ଆନ୍ଧ୍ରତଳକୁ ରହିଛନ୍ତି ତେଲେଙ୍ଗାନା, ହରିୟାନା, ଝାଡ଼ଖଣ୍ଡ, ଗୁଜୁରାଟ ଓ ଛତିଶଗଡ଼ । ତାଲିକାର ସବୁଠୁ ତଳେ ଅର୍ଥାତ ୩୬ ତମ ସ୍ଥାନରେ ରହିଛି ମେଘାଳୟ । ଏହି ତାଲିକାକୁ ମନ୍ତ୍ରାଳୟ ଅଧିନସ୍ଥ ଶିଳ୍ପ ନୀତି ଓ ପ୍ରେତ୍ସାହନ (ଡିଆଇପିପି) ପକ୍ଷରୁ ବିଶ୍ୱବ୍ୟାଙ୍କ ସହାୟତାରେ ପ୍ରସ୍ତୁତ କରାଯାଇଛି ।

ଇଜ୍‌ ଅଫ ଡୁଇଙ୍ଗ ବିଜନେସର ଅର୍ଥ ହେଉଛି ଗୋଟିଏ ରାଜ୍ୟରେ ଏକ ବ୍ୟବସାୟିକ ସଂସ୍ଥା ସ୍ଥାପନ କରିବା କେତେ ସରଳ ଓ ସୁଗମ । ଅର୍ଥାତ ସେଠାରେ ପଂଜୀକରଣ, ବିଭିନ୍ନ ମଂଜୁରୀ ହାସଲ କରିବା ଓ ଟିକସ ବ୍ୟବସ୍ଥା କେତେ ସରଳ । ଏଥରର ତାଲିକାକୁ ୪ ଭାଗରେ ବିଭକ୍ତ କରାଯାଇଛି । ଟପ ଆଚିଭର, ଆଚିଭର, ଫାଷ୍ଟ ମୁଭର ଓ ଆସ୍ପାଇରର । ଓଡ଼ିଶା ଆଚିଭର ବର୍ଗରେ ପଶ୍ଚିମ ବଙ୍ଗ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ , ମହାରାଷ୍ଟ୍ର ଆଦି ରାଜ୍ୟ ସହ ସ୍ଥାନ ପାଇଛି ।

ଏହି ତାଲିକା ସଂପର୍କରେ ସୂଚନା ଦେଇ ଶିଳ୍ପ ସଚିବ ସଂଜୀବ ଚୋପ୍ରା କହିଛନ୍ତି ଯେ ଇଜ ଅପ ଡୁଇଙ୍ଗ ବିଜନେସ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ  ଅଗ୍ରଗତି ହାସଲ କରିଛି । ବିଗତ ବର୍ଷମାନଙ୍କରେ ଓଡ଼ିଶା ଅନେକ ସଂସ୍କାର ହାସଲ କରିଛି । ତେବେ ତାଲିକାର ଉପରେ ଥିବା ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ବିଶେଷ ପଛରେ ନାହିଁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର