ଭୁବନେଶ୍ବର: ପଚିଶ ବର୍ଷ ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି। ସୋଆ ଭାବେ ପରିଚିତ ଏହି ଡିମ୍ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ଏବେ ପୃଥିବୀରେ ବିଭିନ୍ନ କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ । ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷ ପ୍ରମାଣିତ କରି ସୋଆ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି। ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ଆକ୍ଟ , ୧୯୫୬ର ସେକ୍ସନ୍ ୩ ଅନୁଯାୟୀ କେନ୍ଦ୍ର ସରକାର ସୋଆକୁ ଡିମ୍ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ। ପ୍ରାୟ ୧୫୦୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢ଼ିବା ପାଇଁ ସୋଆରେ ଶିକ୍ଷା ଗ୍ରହଣ କରୁଛନ୍ତି । ଏମାନଙ୍କ ମଧ୍ୟରେ ୧୫ଟି ବିଦେଶୀ ରାଷ୍ଟ୍ରରୁ ପ୍ରାୟ ୧୯୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ମଧ୍ୟ ସୋଆକୁ ନିଜର ଭବିଷ୍ୟତ ନିର୍ଦ୍ଧାରଣକାରୀ ଶିକ୍ଷାନୁଷ୍ଠାନ ଭାବେ ଚୟନ କରିଛନ୍ତି।
ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରିବାର ୧୫ ବର୍ଷ ପରେ ସୋଆ ସଫଳତାର ପାହାଚ ଚଢ଼ିଚାଲିଛି। ୨୦୧୬ ମସିହାରୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ରୢାଙ୍କିଙ୍ଗ୍ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ରୢାଙ୍କିଙ୍ଗ୍ରେ ସବୁଠାରୁ ନବତମ ବିଶ୍ୱବିଦ୍ୟାଳୟ ଭାବେ ବିଗତ ୭ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି । ସେହିପରି ଗତ ୩ ବର୍ଷ ହେବ ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି ସୋଆ। ଚଳିତବର୍ଷ ଏନ୍ଆଇଆର୍ଏଫ୍ ରୢାଙ୍କିଙ୍ଗ୍ -୨୦୨୨ରେ ଦେଶର ୧୬ତମ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ସ୍ଥାନୀତ କରିଛି ସୋଆ । ଓଡ଼ିଶାରେ ଏକ ନମ୍ବର ଏବଂ ପୂର୍ବ ଭାରତରେ ତୃତୀୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ନିଜର ସ୍ଥାନ ହାସଲ କରିଛି ସୋଆ। ନିକଟରେ ଏକ ବିରାଟ ସଫଳତା ମଧ୍ୟ ହାସଲ କରିଛି ସୋଆ। ନ୍ୟାସ୍ନାଲ୍ ଆସେସ୍ମେଣ୍ଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍ସିଲ୍ (ନାକ୍) ବିଶ୍ୱବିଦ୍ୟାଳୟକୁ ମୋଟ ୪ ସ୍କୋରରୁ ୩.୮୮ ସିଜିପିଏ ସହ ସର୍ବୋଚ୍ଚ A++ ଗ୍ରେଡ୍ର ସ୍ୱୀକୃତି ପ୍ରଦାନ କରିଛି । ଏହାଛଡ଼ା ନିକଟରେ ସୋଆକୁ ୟୁଜିସି ଦ୍ୱାରା କ୍ୟାଟେଗୋରୀ ୱାନ୍ ଗ୍ରେଡ୍ ମାନ୍ୟତା ମଧ୍ୟ ପ୍ରଦାନ କରାଯାଇଛି। ସୋଆରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମ୍ୟାନେଜମେଣ୍ଟ, ମେଡିକାଲ୍ ସାଇନ୍ସେସ୍, ଡେଣ୍ଟାଲ୍ ସାଇନ୍ସେସ୍, ନର୍ସିଂ, ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍, ବାୟୋଟେକ୍ନୋଲୋଜି, ହସ୍ପିଟାଲ ମ୍ୟାନେଜମେଣ୍ଟ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଣ୍ଟ, ଲ ଏବଂ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ କ୍ଷେତ୍ରରେ ୨୪ଟି ଅଣ୍ଡର ଗ୍ରାଜୁଏଟ୍, ୬୭ ପୋଷ୍ଟ ଗ୍ରାଜୁଏଟ୍, ୧୫ ପୋଷ୍ଟ ମାଷ୍ଟର୍ସ, ପିଏଚ୍ଡି ଏବଂ ପୋଷ୍ଟ ଡକ୍ଟରାଲ୍ ପାଠ୍ୟକ୍ରମ ଉପଲବ୍ଧ ।
କୋଭିଡ୍ ମହାମାରୀ ସତ୍ତ୍ବେ ୨୦୨୧ରେ ଗ୍ରାଜୁଏଟ୍ ହେଉଥିବା ସୋଆର ୯୧ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ବିଶ୍ୱର ପ୍ରମୁଖ କମ୍ପାନୀ ମାନଙ୍କରେ ନିଯୁକ୍ତି ସୁଯୋଗ ପାଇଛନ୍ତି। ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ଏହି ବିଶ୍ୱବିଦ୍ୟାଳୟ ନିକଟରେ ୯୩୨୪ ସ୍କୋପସ୍ ଇଣ୍ଡେକ୍ସ ପ୍ରକାଶନ ରହିଥିବା ବେଳେ ଏହାର ଏଚ୍-ଇଣ୍ଡେକ୍ସ ୮୫ ରହିଛି । ବିଶ୍ୱବିଦ୍ୟାଳୟରେ ଗବେଷଣାକୁ ଅଧିକ ପ୍ରୋତ୍ସାହନ ଦେବା ନିମନ୍ତେ ୨୬ଟି କ୍ଷେତ୍ର ବିଶିଷ୍ଟ ୧୬ଟି ଗବେଷଣା କେନ୍ଦ୍ର ରହିଛି । ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍ ମେଡିସିନ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଓ ସମ୍ ହସ୍ପିଟାଲ୍ ଏକ ୧୬୦୦ ଶଯ୍ୟା ବିଶିଷ୍ଟ ଏନ୍ଏବିଏଚ୍ ଓ ଏନ୍ଏବିଏଲ୍ ସ୍ୱୀକୃତିପ୍ରାପ୍ତ ଡାକ୍ତରଖାନା ଯାହା ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏହି ମେଡିକାଲ୍ କଲେଜରେ ୨୫୦ ଏମ୍ବିବିଏସ୍ ସିଟ୍ ରହିଛି।