ଅର୍ଥନୀତିରେ ମାନ୍ଦାବସ୍ଥା, ସୁଧାର ପାଇଁ ପଦକ୍ଷେପ

ସଂସ୍କାର ଏବଂ ସରଳୀକରଣ, କେଉଁ କ୍ଷେତ୍ର ପାଇଁ କ’ଣ

ଭାରତୀୟ ଅର୍ଥନୀତି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଅଟୋମୋବାଇଲଠାରୁ ଆରମ୍ଭ କରି ବ୍ୟାଙ୍କ ଏବଂ ଏମଏସଏମଇ ଏବଂ କପଡ଼ା ଭଳି ଶିଳ୍ପରେ ଉତ୍ପାଦନ ଏବଂ ବିକ୍ରି ହ୍ରାସ ପାଇଛି। ବିଭିନ୍ନ କ୍ଷେତ୍ରରେ ଛଟେଇ ମଧ୍ୟ ଆରମ୍ଭ ହୋଇଯାଇଛି। ଅର୍ଥନୀତିରେ ସୁଧାର ଆଣିବା ଲାଗି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‌କେତେକ ପଦକ୍ଷେପ ଘୋଷଣା କରିଛନ୍ତି। ପଦକ୍ଷେପ ଗୁଡ଼ିକ ହେଲା:- ଟିକସ-ଆୟକର, ଜିଏସଟି ଏବଂ ସୀମା ଶୁଳ୍କ
ଆୟକର ରିଟର୍ଣ୍ଣ ଆଗୁଆ ଦାଖଲ
୨୦୧୯ ବିଜୟା ଦଶମୀରୁ ଫେସଲେସ୍‌ ଯାଞ୍ଚ
ଜିଏସଟି ରିଫଣ୍ଡ ବ୍ୟବସ୍ଥାର ସରଳୀକରଣ
ଶ୍ରମ ଆଇନ
ଇଏସଆଇସି ଯୋଗଦାନ ୬.୫%ରୁ ୪%କୁ ହ୍ରାସ
ୱେବଭିତ୍ତିକ ଯାଞ୍ଚ
ଯାଞ୍ଚ ରିପୋର୍ଟ ୪୮ ଘଣ୍ଟା ମଧ୍ୟରେ ଅପଲୋଡ
ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ପାଇଁ ନିଜଦ୍ବାରା ସାର୍ଟିଫିକେସନ
ପରିବେଶ ଅନୁମତି
ଏମଏସଏମଇ ପାଇଁ ଏକକ ବାୟୁ ଏବଂ ଜଳ ଅନୁମତି
ଏମଏସଏମଇ କାରଖାନା ସ୍ଥାପନ ପାଇଁ ଏକକ ଅନୁମତି
କମ୍ପାନି ବ୍ୟାପାର
ଗୋଟିଏ ଦିନରେ କମ୍ପାନି ପଞ୍ଜୀକରଣ
ସମନ୍ବିତ ପଞ୍ଜୀକରଣ ଫର୍ମ
୧୬ଟି ଅପରାଧ ଧାରା ବଦଳରେ କେବଳ ଆର୍ଥିକ ଜରିମାନା
ତ୍ବରିତ ମଞ୍ଜୁରି
ସିଏସଆର ଉଲ୍ଲଂଘନ
ସିଏସଆର ଉଲ୍ଲଂଘନକୁ ଅପରାଧ ଭାବେ ବିବେଚନା କରାଯିବ ନାହିଁ

କେନ୍ଦ୍ରୀକୃତ ବ୍ୟବସ୍ଥା ଦ୍ବାରା ଆୟକର ନିର୍ଦ୍ଦେଶ, ନୋଟିସ, ସମନ, ଚିଠି ଆଦି ପ୍ରଦାନ

୨୦୧୯ ଅକ୍ଟୋବର ୧ ସୁଦ୍ଧା ବା ତା ପୂର୍ବରୁ ଆୟକର କର୍ତ୍ତୃପକ୍ଷଙ୍କ ସମସ୍ତ ନୋଟିସ, ସମନ ଆଦି କେନ୍ଦ୍ରୀକୃତ କମ୍ପ୍ୟୁଟର ବ୍ୟବସ୍ଥା ଦ୍ବାରା ଜାରି ହେବ। ଏଥିରେ କମ୍ପ୍ୟୁଟର ସୃଷ୍ଟ ଏକ ସ୍ବତନ୍ତ୍ର ଡକ୍ୟୁମେଣ୍ଟ ପରିଚୟ ନମ୍ବର ରହିବ

ସମସ୍ତ ପୁରୁଣା ନୋଟିସ ସମ୍ପକରେ ୨୦୧୯ ଅକ୍ଟୋବର ସୁଦ୍ଧା ନିଷ୍ପତ୍ତି ନିଆଯିବ
ଷ୍ଟାର୍ଟ ଅପ୍ ଓ ସେମାନଙ୍କ ନିବେଶକଙ୍କ ପାଇଁ ଏଞ୍ଜେଲ ଟିକସ ବ୍ୟବସ୍ଥା ପ୍ରତ୍ୟାହୃତ

ଡିପିଆଇଆଇଟିରେ ପଞ୍ଜୀକୃତ ଷ୍ଟାର୍ଟଅପ୍ ଉଦ୍ୟୋଗୀ ଏବଂ ସେମାନଙ୍କ ନିବେଶକଙ୍କ ପାଇଁ ଆୟକର ଆଇନର ଧାରା ୫୬(୨) ଲାଗୁହେବ ନାହିଁ। ସିବିଡିଟି ସଦସ୍ୟଙ୍କ ଅଧୀନରେ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସମସ୍ୟା ସମାଧାନ ପାଇଁ ଏକ ଉତ୍ସର୍ଗୀକୃତ କକ୍ଷ ସ୍ଥାପନ

ସରକାରୀ ବ୍ୟାଙ୍କକୁ ଅତିରିକ୍ତ ପାଣ୍ଠି

ସରକାରୀ ବ୍ୟାଙ୍କଗୁଡ଼ିକୁ ଅତିରିକ୍ତ ୭୦ ହଜାର କୋଟିର ପାଣ୍ଠି ପ୍ରଦାନ। ଏହାଦ୍ବାରା ଅର୍ଥନୀତିରେ ବ୍ୟାଙ୍କ ଗୁଡ଼ିକ ଅଧିକରୁ ଅଧିକ ଋଣ ପ୍ରଦାନ କରିବାକୁ ସକ୍ଷମ ହେବେ। ରିଜର୍ଭ ବ୍ୟାଙ୍କ ‌ରେପୋ ହାର କମାଇଲେ ବ୍ୟାଙ୍କ ଗୁଡ଼ିକ ଶୀଘ୍ର ସୁଧ ହାର କମାଇବେ। ଏମଏସଏମଇ ଗୁଡ଼ିକ ପାଇଁ ବ୍ୟାଙ୍କ ଆଣିବେ ସ୍ବତନ୍ତ୍ର ଓଟିଏସ ବ୍ୟବସ୍ଥା।

ଏନବିଏଫସି/ଏଚଏଫସିଗୁଡ଼ିକୁ ଅଧିକ ସହାୟତା
ଗୃହଋଣ ପ୍ରଦାନକାରୀ ସଂସ୍ଥା (ଏଚଏଫସି) ଗୁଡ଼ିକ ପାଇଁ ଅତିରିକ୍ତ ୨୦ ହଜାର କୋଟି ଟଙ୍କାର ନଗଦ ଅର୍ଥ ସହାୟତା। ଆଧାର ଭିତ୍ତିକ କେୱାଇସି ପାଇଁ ଏନବିଏଫସିଗୁଡ଼ିକୁ ଅନୁମତି
ଏତଦବ୍ୟତୀତ ସରକାର ଅନ୍ୟାନ୍ୟ ‌ଅନେକ ଆର୍ଥିକ ସଂସ୍କାର ଭିତ୍ତିକ ପଦକ୍ଷେପ ଅର୍ଥନୀତି ପାଇଁ ଘୋଷଣା କରିଛନ୍ତି। ଏଗୁଡ଼ିକ ଅର୍ଥନୀତିକୁ ଗତିଶୀଳ କରିବ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧିତ ଖବର