ଏଥର ଅର୍ଥନୈତିକ ସର୍ଭେ ଗୋଟିଏ ଖଣ୍ଡରେ ଆସିବ!

ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆସନ୍ତାବର୍ଷ ବଜେଟ୍ ଅଧିବେଶନରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ ହେବ। ତେବେ ଆସନ୍ତା ଅର୍ଥନୈତିକ ସର୍ଭେ ଗୋଟିଏ ମାତ୍ର ଖଣ୍ଡରେ ଆସିବା ସମ୍ଭାବନା ରହିଛି। ମୁଖ୍ୟତଃ ଅର୍ଥନୀତିର ‌ବିଭିନ୍ନ କ୍ଷେତ୍ରଭିତ୍ତିକ ତଥ୍ୟ ଏଥିରେ ରହିବ। ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟାଙ୍କ ଅନୁପସ୍ଥିତିରେ ଏଥର ସର୍ଭେରେ ସରକାରଙ୍କୁ ନୀତି ସଂକ୍ରାନ୍ତରେ କୌଣସି ପରାମର୍ଶ ଦିଆଯିବା ସମ୍ଭାବନା ନାହିଁ। ଅର୍ଥନୈତିକ ସର୍ଭେ ପ୍ରସ୍ତୁତ କରିବା ଦାୟିତ୍ବ ନେବା ପାଇଁ ଜଣେ ପୂର୍ଣ୍ଣକାଳୀନ ଅର୍ଥନୈତିକ ଉପଦେଷ୍ଟା ନଥିବାରୁ ଗୋଟିଏ ଖଣ୍ଡରେ ଏହା ପ୍ରକାଶ ପାଇବ ବୋଲି ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଥିବା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ଙ୍କ କାର୍ଯ୍ୟକାଳ ଆସନ୍ତାମାସ ୭ ତାରିଖରେ ଶେଷହେବ। ତିନିବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ସେ ତାଙ୍କର ମୁଖ୍ୟ ବୃତ୍ତି ଅଧ୍ୟାପନା କ୍ଷେତ୍ରକୁ ଫେରିଯିବେ। ଏଥିପାଇଁ ସରକାର ନୂଆ ଅର୍ଥନୈତିକ ପରାମର୍ଶଦାତା ଖୋଜିବା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର