ଓଡ଼ିଶା ୧୦୦ ବିଲିଅନ୍ ଡଲାର ଅର୍ଥନୀତି ଭାବେ ଉଭା ହୋଇଛି। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ୨୦୨୩-୨୪ରେ ଓଡ଼ିଶା ଅର୍ଥନୀତି ପରିମାଣ ୮.୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଯାହା ୧୦୦ ବିଲିଅନ୍ ଡଲାରରୁ ଅଧିକ। ମଧ୍ୟମ ଅବଧିରେ ଓଡ଼ିଶା ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ସୁଦୀର୍ଘ ଉପକୂଳ, ଜଳ ଓ ବିଦ୍ୟୁତ୍‌ ଉପଲବ୍ଧତା ଭବିଷ୍ୟତର ଉଚ୍ଚ ଅଭିବୃଦ୍ଧି ଲାଗି ମଞ୍ଚ ପ୍ରସ୍ତୁତ ରଖିଛି...

Advertisment

ଭୁବନେଶ୍ବର, ୨୪/୭: ମୁଣ୍ଡପିଛା ଆୟରେ ଓଡ଼ିଶା ଜାତୀୟ ହାରଠାରୁ ପଛୁଆ ରହିଛି। ୨୦୨୩-୨୪ରେ ରାଜ୍ୟର ମୁଣ୍ଡପିଛା ଆୟ ‌୧,୬୧,୪୩୭ ଟଙ୍କା ରହିଛି ଯାହା ଜାତୀୟ ହାର ୧,୮୪,୨୦୫ ଟଙ୍କାଠାରୁ ପ୍ରାୟ ୧୨.୪ ପ୍ରତିଶତ କମ୍ ବୋଲି ଆଜି ବିଧାନସଭାରେ ଉପସ୍ଥାପନ ହୋଇଥିବା ଅର୍ଥନୈତିକ ସର୍ବେକ୍ଷଣର ରିପୋର୍ଟରୁ ଜଣାପଡ଼ିଛି। ୨୦୧୧-୧୨ରେ ରାଜ୍ୟର ମୁଣ୍ଡପିଛା ଆୟ ୪୮,୩୮୭ ଟଙ୍କା ଥିଲା। ୨୦୨୩-୨୪ ସୁଦ୍ଧା ସେଥିରେ ତିନି ଗୁଣାରୁ ଅଧିକ ବୃଦ୍ଧି ଘଟିଛି। ଅର୍ଥାତ ବାର୍ଷିକ ୧୦.୬ ପ୍ରତିଶତ ହାରରେ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି। ଏହା ସତ୍ତ୍ବେ ଦେଶ ଓ ରାଜ୍ୟ ଭିତରେ ରହିଥିବା ଅନ୍ତର ଦୂର ହୋଇପାରିନାହିଁ।

ରାଜ୍ୟଗୁଡ଼ିକ ମଧ୍ୟରେ ୨୦୨୨-୨୩ର ଦିଆଯାଇଥିବା ତୁଳନାତ୍ମକ ଚିତ୍ର ଅନୁସାରେ ତେଲେଙ୍ଗାନାର ମୁଣ୍ଡପିଛା ଆୟ ସର୍ବାଧିକ ୩,୧୧,୬୪୯ ଟଙ୍କା ରହିଛି। ତେଲେଙ୍ଗାନା ପଛକୁ କର୍ଣ୍ଣାଟକ (୩,୦୪,୪୭୪ ଟଙ୍କା) ଓ ହରିୟାଣା (୨,୯୬,୫୯୨ ଟଙ୍କା) ରହିଛନ୍ତି। ଓଡ଼ିଶା ଏହି ତାଲିକାରେ ୧୧ତମ ସ୍ଥାନରେ ରହିଛି। ସେହି ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ଆୟ ୧,୪୫,୨୦୨ ଟଙ୍କା ଥିଲା। ଓଡ଼ିଶାଠାରୁ ଉନ୍ନତ ସ୍ଥାନରେ ଥିବା ରାଜ୍ୟଗୁଡ଼ିକ ହେଉଛି ତେଲେଙ୍ଗାନା, କର୍ଣ୍ଣାଟକ, ହରିୟାଣା, ତାମିଲନାଡୁ (୨,୭୫,୫୮୩ ଟଙ୍କା), ଗୁଜରାଟ (୨,୭୩,୫୫୮ ଟଙ୍କା), କେରଳ (୨,୬୩,୯୪୫ ଟଙ୍କା), ମହାରାଷ୍ଟ୍ର (୨,୪୨,୨୪୭ ଟଙ୍କା), ଆନ୍ଧ୍ରପ୍ରଦେଶ (୨,୧୯,୮୮୧ ଟଙ୍କା), ପଞ୍ଜାବ (୧,୮୨,୫୧୫ ଟଙ୍କା) ଓ ରାଜସ୍ଥାନ (୧,୫୧,୫୫୯ ଟଙ୍କା) ରହିଛନ୍ତି। ଓଡ଼ିଶାଠାରୁ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟଗୁଡ଼ିକ ହେଉଛି ପଶ୍ଚିମବଙ୍ଗ (୧,୩୯,୪୪୨ ଟଙ୍କା), ଛତିଶଗଡ଼ (୧,୩୭,୩୨୯ ଟଙ୍କା), ମଧ୍ୟପ୍ରଦେଶ (୧,୩୨,୦୧୦ ଟଙ୍କା), ଝାଡ଼ଖଣ୍ଡ (୯୧,୮୭୪ ଟଙ୍କା), ଉତ୍ତରପ୍ରଦେଶ (୮୩,୬୩୬ ଟଙ୍କା) ଓ ବିହାର (୫୪,୧୧ ଟଙ୍କା)।

୨୦୨୩-୨୪ରେ ଜିଡିପି ଅଭିବୃଦ୍ଧି ୮.୫%
ରାଜ୍ୟ ଜିଡିପି ପରିମାଣ ୮.୩ ଲକ୍ଷ କୋଟି ଟଙ୍କା
ଅର୍ଥନୀତିରେ ଓଡ଼ିଶାର ରୢାଙ୍କ୍‌ ଦେଶରେ ୧୩
ଅର୍ଥନୀତିକୁ ସେବାର ଅବଦାନ ୩୬%, କୃଷି ଓ ଆନୁଷଙ୍ଗିକ ୨୧%, ଶିଳ୍ପ ୪୩%
୨୦୨୩-୨୪ରେ କୃଷି ଅଭିବୃଦ୍ଧି ୩.୫%
ଶିଳ୍ପ ଅଭିବୃଦ୍ଧି ୮.୭%
ସେବା କ୍ଷେତ୍ରର ଅଭିବୃଦ୍ଧି ୯.୨%
୧୫ ବର୍ଷରୁ ଅଧିକ ବୟସ ବର୍ଗରେ ଶ୍ରମ ଶକ୍ତି ଯୋଗଦାନ ହାର ୬୧.୩%
୧୫ ବର୍ଷରୁ ଅଧିକ ବୟସରେ ବେକାରି ହାର ୩.୯%
ଶ୍ରମଶକ୍ତିର ୪୮.୧% କୃଷିରେ, ୨୫.୮% ଶିଳ୍ପ ଓ ୨୬.୧% ସେବା କ୍ଷେତ୍ରରେ ନିୟୋଜିତ
ବେତନଭୋଗୀଙ୍କ ମାସିକ ହାରାହାରି ଆୟ ୧୮,୪୫୦ ଟଙ୍କା, ସ୍ବାବଲମ୍ବୀଙ୍କ ୯,୯୯୬ ଟଙ୍କା, ଦିନ ମଜୁରିଆଙ୍କ ଦୈନିକ ଆୟ ୩୪୯ ଟଙ୍କା
୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ୬୨.୬ ଲକ୍ଷ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତ
ଓଡ଼ିଶାର ହାରାହାରି ଖୁଚୁରା ମୁଦ୍ରାସ୍ଫୀତି ୬.୫%
ରାଜ୍ୟର ବିତ୍ତୀୟ ନିଅଣ୍ଟ ଜିଏସ୍‌ଡିପିର ୩.୧%
ଜିଏସ୍‌ଡିପିକୁ ଋଣ ଅନୁପାତ ୧୩.୬%
କୃଷି ଓ ଅାନୁଷଙ୍ଗିକ କ୍ଷେତ୍ରରେ ଫସଲର ଅବଦାନ ୫୯%, ପଶୁ ସମ୍ପଦ ୧୬.୭%, ଜଙ୍ଗଲ ୧୩.୮% ଏବଂ ମତ୍ସ୍ୟ ଓ ଆକ୍ବାକଲ୍‌ଚର୍‌ ୧୦.୬%
୨୦୨୨-୨୩ରେ ଖାଦ୍ୟଶସ୍ୟ ଉତ୍ପାଦନ ୧୪୧.୪ ଲକ୍ଷ ଟନ୍
୨୦୨୨-୨୩ରେ ଧାନ ଉତ୍ପାଦନ ୭୯.୨ ଲକ୍ଷ ଟନ୍
୨୦୨୨-୨୩ରେ ୪୮ ଲକ୍ଷ ହେକ୍ଟରରେ ଜଳସେଚନ ସମ୍ଭାବନା ସୃଷ୍ଟି
୨୦୨୨-୨୩ରେ ୧୦.୫ ଲକ୍ଷ ଟନ୍ ମାଛ ଉତ୍ପାଦନ
ମୁଣ୍ଡପିଛା ମାଛ ଉପଯୋଗିତା ୧୭.୭ କେଜି
୨୦୨୨-୨୩ରେ ୨.୭ ଲକ୍ଷ ଚିଙ୍ଗୁଡ଼ି ଉତ୍ପାଦନ
ଶିଳ୍ପକୁ ବିନିର୍ମାଣର ଅବଦାନ ୫୪%, ଖଣି ଓ ଖନନର ୨୨%, ନିର୍ମାଣ ୧୬% ଏବଂ ବିଦ୍ୟୁତ, ଗ୍ୟାସ, ଜଳ ଯୋଗାଣ ଓ ଅନ୍ୟାନ୍ୟ ୟୁଟିଲିଟିର ୮%
୨୦୨୩-୨୪ରେ ଖଣି ଓ ଖନନ ଅଭିବୃଦ୍ଧି ୯%
ମାନୁଫାକ୍‌ଚରିଂ ଅଭିବୃଦ୍ଧି ୯.୫%
ବିଦ୍ୟୁତ, ଗ୍ୟାସ, ଜଳ ଯୋଗାଣ ଓ ଅନ୍ୟାନ୍ୟ ୟୁଟିଲିଟି ଅଭିବୃଦ୍ଧି ୮%
ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ୬.୨%
ଶିଳ୍ପ ଅଭିବୃଦ୍ଧି ୮.୭%
୨୦୨୨-୨୩ରେ ଦେଶର ଖଣିଜ ଉତ୍ପାଦନ ପ୍ରତି ଓଡ଼ିଶାର ଅବଦାନ ୪୧.୯%
ଉଦ୍ୟମ ପୋର୍ଟାଲ୍‌ରେ ରାଜ୍ୟର ୮.୪୧ ଲକ୍ଷ ଏମ୍ଏସ୍‌ଏମ୍ଇ ପଞ୍ଜୀକୃତ
୨୦୨୨-୨୩ରେ ରାଜ୍ୟରୁ ମୋଟ୍ ରପ୍ତାନି ୮୯,୭୭୪ କୋଟି ଟଙ୍କା
ରପ୍ତାନିକୁ ଧାତବର ଅବଦାନ ସର୍ବାଧିକ ୬୯.୧%, ଇଞ୍ଜିନିୟରିଂ ଓ ରସାୟନର ୯.୬%, ଖଣିଜ ୧୫.୨, ସାମୁଦ୍ରିକ ଜୀବ ୪.୯% ଓ ଅନ୍ୟାନ୍ୟ ୧.୧%
ରାଜ୍ୟରେ ୪ କାର୍ଯ୍ୟକ୍ଷମ ବିମାନ ବନ୍ଦର ଦେଶର ୧୯ଟି ସହର ଓ ୩ଟି ଆନ୍ତର୍ଜାତିକ ସ୍ଥାନକୁ ଯୋଡ଼ୁଛି
୨୦୨୨-୨୩ରେ ରାଜ୍ୟରେ ୫,୭୭୪ ବ୍ୟାଙ୍କ ଖାତା
ଲକ୍ଷେ ଲୋକ ପିଛା ୧୩ଟି ବ୍ୟାଙ୍କ ଖାତା