ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ : ଆସନ୍ତାକାଲି ଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଦିନ ୧୧ଟାରେ ସଂସଦର ଉଭୟ ଗୃହକୁ କେନ୍ଦ୍ରୀୟ କକ୍ଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିବେ। ଏହା ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଫେବ୍ରୁଆରି ୧ରେ କାମଚଳା ବଜେଟ୍ ଉପସ୍ଥାପନ କରାଯିବ। ବଜେଟ୍‌ ଅଧିବେଶନରେ ୧୦ଟି କାର୍ଯ୍ୟଦିବସ ରହିବ। ବଜେଟ୍‌ ଅଧିବେଶନରେ ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଉଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଶୀଳକାଳୀନ ଅଧିବେଶନରେ ଏହି ପ୍ରସଙ୍ଗଗୁଡ଼ିକୁ ଉଠାଇବାରେ ବିଜେଡ଼ି ସଫଳ ହୋଇନଥିଲା। ବି‌ଜେଡ଼ି ପକ୍ଷରୁ ପୋଲାଭରମ୍, ମହାନଦୀ ଜଳ ବିବାଦ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କୋଇଲା ରୟାଲ୍‌ଟି ବୃଦ୍ଧି ଓ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଆଦି ପ୍ରସଙ୍ଗ ଉପସ୍ଥାପନ କରାଯିବ। ବିଭିନ୍ନ ନିୟମ ଅନ୍ତର୍ଗତ ପ୍ରସଙ୍ଗଗୁଡ଼ିକର ଆଲୋଚନା ପାଇଁ ନୋଟିସ୍‌ ଦିଆଯିବ। ଆଜି ଲୋକସଭା ବାଚସ୍ପତି ଡକାଇଥିବା ସର୍ବଦଳୀୟ ବୈଠକରେ ବିଜେଡ଼ି ପ୍ରତିଶ୍ରୁତି ଦେଇଛି ଯେ, ବଜେଟ୍‌ ଅଧିବେଶନକୁ ସୁରୁଖୁରୁରେ ଚଳାଇବାରେ ସହଯୋଗ କରାଯିବ।

ସମ୍ବନ୍ଧିତ ଖବର