ଅର୍ଥନୈତିକ ସର୍ଭେ ୨୦୨୦-୨୧ : ଅର୍ଥନୀତି ଉପରେ କରୋନା ମାଡ଼, ଅଭିବୃଦ୍ଧି ୭.୭%  କମିବ

୨୦୨୧-୨୨ରେ ୧୧% ଅଭିବୃଦ୍ଧି ସହ ଅର୍ଥନୀତିରେ ଚମକ ଫେରିବ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିଛନ୍ତି । ଏଥିରେ କୁହାଯାଇଛି ଯେ କରୋନା ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତି ପ୍ରଭାବିତ ହୋଇଛି ଓ ଏହାଫଳରେ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୭ ପ୍ରତିଶତ କମିବ । ତେବେ ନୂଆ ଆର୍ଥିକ ବର୍ଷ ଅର୍ଥାତ ୨୦୨୧-୨୨ରେ ଅର୍ଥନୀତିରେ ଦ୍ରୁତ ସୁଧାର ଆସିବ ଓ ଅଭିବୃଦ୍ଧି ହାର ୧୦-୧୨ ପ୍ରତିଶତ ମଧ୍ୟରେ ରହିବ ।

ଏଥିରେ କୁହାଯାଇଛି ଯେ ଆର୍ଥିକ ଦୃଷ୍ଟିକୋଣରୁ ୨୦୨୦-୨୧ ଆର୍ଥିକ ବର୍ଷଟି ବେଶ କଷ୍ଟକର ଥିଲା । ଏପ୍ରିଲରୁ ନଭେମ୍ବର ପର୍ଯ୍ୟନ୍ତ ମାସିକ ରାଜସ୍ବ ସଂଗ୍ରହ କମ ଥିଲା । ଲକଡାଉନ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ  ଅର୍ଥନୀତିର ଅଭିବୃଦ୍ଧି ହାର ୨୩.୯ ପ୍ରତିଶତ ଓ ୨ୟ ତିନିମାସରେ ୭.୫ ପ୍ରତିଶତ ହ୍ରାସ ପାଇଥିଲା ।

କିନ୍ତୁ ବିଗତ କିଛି ମାସ ହେଲା ସ୍ଥିତିରେ ଦ୍ରୁତ ଉନ୍ନତି ଦେଖାଦେଇଛି । ସର୍ଭେରେ କୁହାଯାଇଛି ଯେ ସରକାରୀ ବ୍ୟୟ ବୃଦ୍ଧି ଦ୍ବାରା ଅର୍ଥନୀତିରେ ସୁଧାର ଆସିବ ।

ଚଳିତ ବର୍ଷ ଅର୍ଥନୈତିକ ସର୍ଭେର ଗୁରୁତ୍ବ ବେଶ ବଢିଯାଇଛି, କାରଣ ଏଥିରେ ଦର୍ଶାଇଥିବା ଅର୍ଥନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୧ ତାରିଖ ଦିନ ଅର୍ଥମନ୍ତ୍ରୀ ଲୋକସଭାରେ ବଜେଟ ଉପସ୍ଥାପନ କରିବେ ।

ସମ୍ବନ୍ଧିତ ଖବର