ନୂଆଦିଲ୍ଲୀ: ଚୀନର ଲୋକଙ୍କ ଦ୍ବାରା ବେଆଇନ ଲୋନ୍ ଆପ୍ ମାଧ୍ୟରେ ହୋଇଥିବା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେଜରପେ, ପେଟିଏମ୍ ଏବଂ କ୍ୟାସଫ୍ରି ଭଳି ଅନଲାଇନ ପେମେଣ୍ଟ୍ ଗେଟୱେ ସଂସ୍ଥାର ଠିକଣାରେ ଚଢ଼ଉ କରିଛି। ବେଙ୍ଗାଲୁରୁରେ ୬ଟି ସ୍ଥାନରେ ଏହି ଚଢ଼ଉ ହୋଇଛି। ଚଢ଼ଉ ଜାରି ରହିଛି ଏବଂ ଚୀନ ଲୋକଙ୍କ ଦ୍ବାରା ପରିଚାଳିତ ହେଉଥିବା ବ୍ୟାଙ୍କ ଆକାଉଣ୍ଟ ଏବଂ ମର୍ଚ୍ଚାଣ୍ଟ ଆଇଡିରୁ ୧୭ କୋଟି ଟଙ୍କା ଜବତ ହୋଇଛି। ଭାରତୀୟଙ୍କ ନାମରେ ନକଲି ପରିଚୟପତ୍ର ସୃଷ୍ଟି କରାଯାଇ ଚୀନ ନାଗରିକମାନେ ଠକେଇ କରିଛନ୍ତି ଇଡି ଯୁକ୍ତି ଦର୍ଶାଇଛି। ଉପରୋକ୍ତ ୩ଟି ସଂସ୍ଥାର ପ୍ରତିଷ୍ଠାନ ସମେତ ଚୀନ ଲୋକଙ୍କ ଦ୍ବାରା ପରିଚାଳିତ ପ୍ରତିଷ୍ଠାନକୁ ମଧ୍ୟରେ ଚଢ଼ଉରେ ସାମିଲ କରାଯାଇଛି। ମୋବାଇଲ ଆପ୍ରେ ସ୍ବଳ୍ପ ପରିମାଣର ଋଣ ପ୍ରଦାନ କରିବା ପରେ ଚୀନର ଠକମାନେ ସାଧାରଣ ଲୋକଙ୍କୁ ଠକିବାରେ ଲାଗିଥିଲେ।
ରେଜରପେ, ପେଟିଏମ୍ ଓ କ୍ୟାସଫ୍ରି ଠିକଣାରେ ଇଡି ଚଢ଼ଉ: ବ୍ୟାଙ୍କ ଆକାଉଣ୍ଟରେ ୧୭ କୋଟି ଜବତ
/sambad/media/post_attachments/wp-content/uploads/2018/09/paytm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)