ବୈଦେଶିକ ମୁଦ୍ରା ନିୟମ ଉଲ୍ଲଙ୍ଘନ ନେଇ ଫ୍ଲିପକାର୍ଟକୁ ଇଡିର ନୋଟିସ୍, ଦେବାକୁ ପଡ଼ିପାରେ ୧୦ ହଜାର କୋଟିର ଜରିମାନା

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନି ଫ୍ଲିପକାର୍ଟାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୋଟିସ। ଦେଶର ସର୍ବବୃହତ ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ପ୍ରତିଷ୍ଠାତା ସଚିନ ବଂଶଲ, ବିନ୍ନି ବଂଶଲ ଓ ଅନ୍ୟ ୯ ଜଣଙ୍କ ନିକଟକୁ ଫୋରେକ୍ସ ଆଇନ ଉଲ୍ଲଙ୍ଘନ ନେଇ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଛି। ଏହି ନୋଟିସ ଜରିଆରେ ଇଡି ସେମାନଙ୍କଠାରୁବିଦେଶୀ ମୁଦ୍ରା ପରିଚାଳନା ଆଇନ,୧୯୯୯ (ଫେମା) ର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଉପରେ ଜବାବ୍ ମାଗିଛି ।

ଏହା ସହ ସନ୍ତୋଷଜନକ ଜବାବ ଦେଇ ନପାରିଲେ ଏମାନଙ୍କ ଉପରେ ୧୦ ହଜାର କୋଟିରୁ ଅଧିକ ଟଙ୍କାର ଜରିମାନା ଲଗାଇବାକୁ ଇଡି ଚେତାବନୀ ଦେଇଛି । ଇଡି ପକ୍ଷରୁ ଫ୍ଲିପକାର୍ଟ ଓ ଅନ୍ୟ ୯ ଜଣଙ୍କୁ ଏହି ମାମଲାର ଜବାବ ରଖିବାକୁ ୯୦ ଦିନ ସମୟ ଦିଆଯାଇଛି।

Flipkart enables up to Rs 5 crore credit for its MSME sellers; offers order payments in advance - The Financial Express
The Financial Express

ଇଡିର ସୂଚନା ମୁତାବକ, ଫ୍ଲିପକାର୍ଟ ୨୦୦୯-୨୦୧୫ ମଧ୍ୟରେ ବିଦେଶୀ ନିବେଶ ଯୋଗାଡ଼ କରିବାକୁ ଫେମା ଆଇନର ଉଲ୍ଲଙ୍ଘନ କରିଥିଲା । ଏହି ମାମଲାରେ ଫ୍ଲିପକାର୍ଟ ପକ୍ଷରୁ ବି ଏକ ବୟାନ ଜାରି କରାଯାଇଛି । କମ୍ପାନି ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି କି, ଇଡିର ନୋଟିସ୍ ମୁତାବକ ଫେମା ଆଇନର ଉଲ୍ଲଙ୍ଘନ ୨୦୦୯ ରୁ ୨୦୧୫ ମଧ୍ୟରେ ହୋଇଛି । ଏହି ମାମଲାରେ ଯାଞ୍ଚରେ କମ୍ପାନି ଇଡିକୁ ସମ୍ପୂର୍ଣ୍ଣ ସହଯୋଗ କରୁଛି ।

ଉଲ୍ଲେଖଯୋଗ୍ୟ, ଇଡି ପକ୍ଷରୁ ଇ-କମର୍ସ କ୍ଷେତ୍ରରେ ଦେଶରେ କାମ କରୁଥିବା ବଡ଼ କମ୍ପାନି ଫ୍ଲିପକାର୍ଟ, ଆମାଜନ ଉପରେ ଫେମା ଉଲ୍ଲଙ୍ଘନ ଅଭିଯୋଗରେ କିଛି ଦିନ ହେବ ଯାଞ୍ଚ ଜାରି ରଖିଛି ।

ସମ୍ବନ୍ଧିତ ଖବର