ନୂଆଦିଲ୍ଲୀ: ବଢ଼ିଲା ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ପାଇଁ ଅଡୁଆ। ଇଡି ସମ୍ମୁଖରେ ଜେରା ହେବାକୁ ମିଳିଲା ସମନ । ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି । ରିପୋର୍ଟ ଅନୁଯାୟୀ ଇଡି ତାଙ୍କୁ ଅଗଷ୍ଟ ୫ରେ ଦିଲ୍ଲୀରେ ଥିବା ମୁଖ୍ୟାଳୟରେ ପଚରାଉଚରା ପାଇଁ ହାଜର ହେବାକୁ କହିଛି । ତେବେ ଅଭିଯୋଗ ରହିଛି କି…
ଅନୀଲ ଅମ୍ବାନୀଙ୍କୁ ଇଡିର ସମନ
-ଅନୀଲ ଅମ୍ବାନୀଙ୍କ ଉପରେ ଅର୍ଥ ହେରଫେର ଅଭିଯୋଗ
-ସିବିଆଇ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରିବା ପରେ ଆକ୍ସନମୋଡରେ ଇଡି
-୨୦୧୭ରୁ ୨୦୧୯ ମଧ୍ୟରେ ଅନୀଲଙ୍କ କମ୍ପାନୀକୁ ଏକ ଘୋଇ ବ୍ୟାଙ୍କ ଋଣ ଦେଇଥିଲା
-ଋଣ ରାଶିକୁ ଅନ୍ୟ କମ୍ପାନୀଗୁଡ଼ିକୁ ପଠାଯାଇଥିଲା
-ନିର୍ଦ୍ଧାରିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିଲା, ଯାହା ମନି ଲଣ୍ଡରିଂ ପରିସରଭୁକ୍ତ
-ଅନୀଲଙ୍କ ଅନେକ କମ୍ପାନୀ କୌଣସି ପର୍ଯ୍ୟାପ୍ତ ଗ୍ୟାରେଣ୍ଟି ବିନା ବ୍ୟାଙ୍କରୁ ବଡ଼ ଋଣ ନେଇଥିଲେ
-ସେହି ଟଙ୍କା ସେଲ୍ କମ୍ପାନୀ ମାଧ୍ୟମରେ ଅନ୍ୟ କାମରେ ଖର୍ଚ୍ଚ କରାଯାଇଥିଲା
-ଅର୍ଥହେରଫେର ସମ୍ପର୍କରେ ଇଡି ଏବଂ ଅନ୍ୟ ଦୁଇଟି କେନ୍ଦ୍ରୀୟ ତଦନ୍ତ ସଂସ୍ଥାକୁ ରିପୋର୍ଟ ଦେଇଥିଲା ସେବି
-ମନି ଲଡ୍ରିଂ ମାମଲାରେ ଅନୀଲଙ୍କ କମ୍ପାନୀ ସହ ଜଡିତ ୫୦ଟି ସ୍ଥାନରେ ଚଢ଼ାଉ ସରିଛି
-କମ୍ପାନୀର ୨୫ଜଣ ଅଧିକାରରୀଙ୍କୁ ଜେରା କରାଯାଉଛି
-ଦସ୍ତାବିଜ, ଆର୍ଥିକ କାରବାର, ଡିଜିଟାଲ୍ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ନିଆଯାଇଥିଲା
-ଅଗଷ୍ଟ ୫ରେ ଜେରା ପାଇଁ ହାଜର ହେବେ ଅନୀଲ ଅମ୍ବାନୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/01/new-project-17-2025-08-01-16-21-49.jpg)