ଅଟା ଓ ଗୁଡରେ ତିଆରି ହୋଇଛି ପ୍ଲେଟ ଓ କପ, ଚା ପିଇବା ପରେ ବିସ୍କୁଟ ଭଳି ଖାଇପାରିବେ

ନୂଆଦିଲ୍ଲୀ: ଘରେ କୌଣସି କାର୍ଯ୍ୟକ୍ରମ ବା ବିବାହ -ଭୋଜିରେ ବହୁ ସଂଖ୍ୟାରେ ପ୍ଲାଷ୍ଟିକରୁ ପ୍ରସ୍ତୁତ ହୋଇଥିବା ଚା କପ ଓ ପ୍ଲେଟ ଆପଣ ଦେଖିଥିବେ | ତେବେ ଏସବୁର ବ୍ୟବହାର ପରିବେଶ ପାଇଁ ଅନୁକୂଳ ନଥିବାବେଳେ ଆପଣ କେବେ ଚିନ୍ତା କରିଛନ୍ତି କି, ଏମିତି ଏକ ପ୍ଲେଟ ଥାନ୍ତା ଯାହାକୁ ବ୍ୟବହାର ପରେ ଖାଇହୁଅନ୍ତା | ତେବେ ଏବେ ଭାରତରେ ଉପଲବ୍ଧ ହୋଇଛି ଏମିତି ଏକ କପ ଓ ପ୍ଲେଟ ଯାହାକୁ ବ୍ୟବହାର ପରେ ଆପଣ ଖାଇପାରିବେ | ଅଟା ଓ ଗୁଡ଼ରୁ ପ୍ରସ୍ତୁତ ହେଉଛି କପ ଓ ପ୍ଲେଟ | ‘ଆଟାୱେର୍’ ନାମକ ଏକ ଷ୍ଟାର୍ଟଅପ ଏବେ ଏମିତି କିଛି ଜିନିଷ ପ୍ରସ୍ତୁତ କରି ବିକ୍ରି କରୁଛି | ‘ଆଟାୱେର୍’ ଷ୍ଟାର୍ଟଅପ୍, ମଇଦା ଏବଂ ଗୁଡ଼ରୁ ଏପରି କିଛି ବାସନକୁସନ ପ୍ରସ୍ତୁତ କରୁଛି, ଯାହା ବ୍ୟବହାର ପରେ ଖାଇ ପାରିବେ | ମଣିଷମାନଙ୍କ ସହିତ, ଏହା ମଧ୍ୟ ପଶୁମାନଙ୍କ ପାଇଁ ନିରାପଦ ଏବଂ ପରିବେଶ ଅନୁକୂଳ |

ଏହି ଅନନ୍ୟ ଷ୍ଟାର୍ଟଅପ୍ ର ମୁଖ୍ୟ ପୁନିତ କୁହନ୍ତି, “ଥରେ ବୃନ୍ଦାବନରେ ପହଞ୍ଚିବା ପରେ ସେ ଦେଖିଲେ ଯେ ଲୋକମାନେ ଖାଇବାକୁ ଲମ୍ବା ଧାଡିରେ ଠିଆହୋଇଛନ୍ତି, ସମସ୍ତଙ୍କ ହାତରେ ପ୍ଲାଷ୍ଟିକ ଥାଳି ଥିଲା | କିନ୍ତୁ ଯେତେବେଳେ ସେଠାରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ପ୍ଲେଟ୍ ପାଇଲେ ନାହିଁ, ସେତେବେଳେ ସେ ଗୋଟିଏ ପୁରିକୁ ନିଜ ପ୍ଲେଟ୍ ଭାବରେ ବ୍ୟବହାର କଲେ | ଏହା ମୋ ପାଇଁ ସମ୍ପୂର୍ଣ୍ଣ ନୂଆ ଉପାୟ ଥିଲା। ” ଏହି ଘଟଣା ପୁନିତଙ୍କୁ ଖୁବ ପ୍ରଭାବିତ କଲା ଯେ ସେ ଏପରି କିଛି ଜିନିଷ ପ୍ରସ୍ତୁତ କରିବେ, ଯାହାକୁ ବ୍ୟବହାର ପରେ ଖାଇହେବ | ସେ ପ୍ରାୟ ୬ ବର୍ଷ ଧରି ଗବେଷଣା କଲେ ଏବଂ ତା’ପରେ ୧୫ ଅଗଷ୍ଟ ୨୦୧୯ ରେ ଆଟାୱେର୍ ବାୟୋଡେଗ୍ରେଡେବଲ୍ ପିଭି ଲିମିଟେଡ୍ ନାମକ ଷ୍ଟାର୍ଟଅପ୍ ଆରମ୍ଭ କଲେ |

photo-betterindia

ସେ କହିଛନ୍ତି, “ଚା’ କିମ୍ବା କଫି ସହିତ କିଛି ଖାଇବା ଆମର ଅଭ୍ୟାସ ଅଛି | ତେଣୁ ଖାଇବା ଯୋଗ୍ୟ କପ ଆମର ଖାଦ୍ୟର ଆବଶ୍ୟକତା ପୂରଣ କରେ | ” ଅନେକ ଉପାଦାନ ସହିତ ପରୀକ୍ଷଣ କରିବା ପରେ ପୁନିତ ଗହମ, ବାଜରା, ମକାକୁ ଗୁଡ଼ ସହିତ ମିଶ୍ରଣ କରି ଏକ ଖାଇବା କପ୍ ତିଆରି କରିଥିଲେ | ସେ କହିଛନ୍ତି, ଏହି କପଗୁଡିକ ‘ଆଟାୱେର୍’ର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ୧୦ ରୁ ୧୨ ଟଙ୍କା ମଧ୍ୟରେ କିଣାଯାଇପାରିବ | ଏହି ବ୍ରାଣ୍ଡ ପ୍ରତି ସପ୍ତାହରେ ପ୍ରାୟ ୯.୫ ଲକ୍ଷ କପ୍ ବିକ୍ରି କରିଥାଏ |

ସମ୍ବନ୍ଧିତ ଖବର