କମିଲା ଖାଇବା ତେଲ ଦର, ଖାଉଟି ଆଶ୍ବସ୍ତ

ନୂଆଦିଲ୍ଲୀ : ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ହନ୍ତସନ୍ତ ହେଉଥିବା ଖାଉଟିଙ୍କ ପାଇଁ ଖୁସି ଖବର । ଦେଶରେ ବିଭିନ୍ନ ପ୍ରକାରର ଖାଇବା ତେଲର ଦର ହ୍ରାସ ପାଇଛି । ଏସବୁ ତେଲ ମଧ୍ୟରେ ରହିଛି ପାମ ଅଏଲ, ସୋୟାବିନ ଅଏଲ ଓ ସୂର୍ଯ୍ୟମୂଖି ତେଲ । ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲର ଦର ହ୍ରାସ ଯୋଗୁଁ ଭାରତରେ ଦର କମିଥିବା କୁହାଯାଉଛି ।

ସୂର୍ଯ୍ୟମୁଖୀ ତେଲ ଲିଟର ପିଛା ୧୦ରୁ ୧୫ ଟଙ୍କା ହ୍ରାସ ପାଇଥିବାବେଳେ ପାମ୍ ଅଏଲ୍ ଲିଟର ପିଛା ୭ରୁ ୮ ଟଙ୍କା ହ୍ରାସ ପାଇଛି । ସୋୟାବିନ ତେଲ ମୂଲ୍ୟ ଲିଟର ପିଛା ୫ ଟଙ୍କା ହ୍ରାସ ପାଇଛି ବୋଲି ଭାରତୀୟ ବନସ୍ପତି ତେଲ ଉତ୍ପାଦକ ସଂଘର ସଭାପତି ସୁଧାକର ରାଓ ଦେଶାଇ କହିଛନ୍ତି ।  ଆସନ୍ତା ସପ୍ତାହରୁ ନୂଆ ଏମଆରପି ( ସର୍ବାଧିକ ଖୁଚୁରା ମୂଲ୍ୟ) ଥିବା ତେଲ ବଜାରକୁ ଆସିବାର ସମ୍ଭାବନା ରହିଛି ।

ଏହି ଦର ହ୍ରାସର ତୁରନ୍ତ ପ୍ରଭାବ ମୁଦ୍ରାସ୍ପୀତି ଉପରେ ପଡ଼ିବ । ଖାଉଟି ମୁଦ୍ରାସ୍ପୀତିରେ ଖାଇବା ତେଲର ଅଧିକ ପ୍ରଭାବ ଥିବାରୁ ଏହି ଦର ହ୍ରସ ଯୋଗୁଁ ମୁଦ୍ରାସ୍ପୀତି ହ୍ରାସ ପାଇବ ।

ସୂଚନାଯୋଗ୍ୟ ଯେ, ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ବରେ ସୂର୍ଯ୍ୟମୁଖୀ ତେଲ ଦର ବୃଦ୍ଧି ପାଇଥିଲା । ସେହିପରି ଇଣ୍ଡୋନେସିଆ ପକ୍ଷରୁ କିଛି ସମୟ ପାଇଁ ପାମ ଅଏଲ ରପ୍ତାନି ବନ୍ଦ କରାଯିବା ପରେ ପାମ ଅଏଲ ମଧ୍ୟ ମହଙ୍ଗା ହୋଇଥିଲା ।

 

ସମ୍ବନ୍ଧିତ ଖବର