୧୫ ଟଙ୍କା କମିବ ଖାଇବା ତେଲ ଦର

ନୂଆଦିଲ୍ଲୀ : ଦେଶର ସାଧାରଣ ଖାଉଟିଙ୍କ ପାଇଁ ଏକ ଭଲ ଖବର । ଖାଇବା ତେଲ ଦର ଲିଟର ପିଛା ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ । ଏହି ଦର ହ୍ରାସ ପାଇଁ କେନ୍ଦ୍ର ସରକାର ଖାଇବାତେଲ ଉତ୍ପାଦନକାରୀ ସଂଘକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୬ ତାରିଖରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ଦେଶରେ ଖାଇବା ତେଲ ଦରର ସମୀକ୍ଷା କରାଯାଇଥିଲା । ଏହି ବୈଠକରେ ମନ୍ତ୍ରାଳୟ ପକ୍ଷରୁ ଖାଇବା ତେଲ ଲିଟର ପିଛା ୧୫ ଟଙ୍କା କମାଇବାକୁ ଖାଇବା ତେଲ ସଂଘକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅନ୍ତର୍ଜାତୀୟ ବଜାରରେ ତେଲ ଦର ହ୍ରାସ ପାଇଥିବାରୁ ତୁରନ୍ତ ତାହାର ସୁଫଳ ସାଧାରଣ ଖାଉଟିଙ୍କୁ ପ୍ରଦାନ କରିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି ।

ଗତ ଫେବ୍ରୁଆରି ମାସରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ବିଶ୍ବ ବଜାରରେ କେତକ ଖାଇବା ତେଲର ଦର ମହଙ୍ଗା ହୋଇଥିଲା । ପୁଣି ଇଣ୍ଡୋନେସିଆ ପକ୍ଷରୁ ସାମୟିକ ଭାବେ ପାମ ଅଏଲ ରପ୍ତାନି ଉପରେ କଟକଣା ଲଗାଯିବା ପରେ ଦର ଆହୁରି ବଢିଥିଲା । କିନ୍ତୁ ଇଣ୍ଡୋନେସିଆ ଏହି କଟକଣା ଉଠାଇବା ପରେ ଗତ କିଛି ସପ୍ତାହ ହେଲା ଦର ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ଦର ଟନ ପିଛା ୩୦୦-୪୫୦ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇଛି । ଏଣୁ ଏହାର ଫାଇଦା ଗ୍ରାହକଙ୍କୁ ମିଳୁ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର