ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ଖାଇବା ତେଲର ଦାମ ବଢିଚାଲିଛି । ଗତ ସପ୍ତାହରେ ବିଭିନ୍ନ ଖାଇବା ତେଲର ଦର ହାରାହାରି ୧୦ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷକରି ସୋରିଷ ତେଲ, ସୋୟବିନ ତେଲ, ସୂର୍ଯ୍ୟମୂଖୀ ଓ ପାମ୍ ଅଏଲର ମୂଲ୍ୟ ବୃଦ୍ଧି ପାଇଛି ।
ସୋରିଷ ତେଲଛଡ଼ା ଆମଦାନୀ ହେଉଥିବା ଅନ୍ୟ ଖାଇବା ତେଲଗୁଡ଼ିକର ଦର ଅନ୍ତର୍ଜାତୀୟ ବଜାରରେ ବୃଦ୍ଧି ପାଇଥିବାରୁ ଭାରତରେ ବି ବୃଦ୍ଧି ପାଇଛି । ତେବେ ଦର ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ସରକାରଙ୍କ ପକ୍ଷରୁ ଆମଦାନୀ ଶୁଳ୍କ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ଫଳରେ ରିଫାଇନ ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ୩୨ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ସୋରିଷ ତେଲ ଦେଶ ମଧ୍ୟରେ ହିଁ ଉତ୍ପାଦନ ହେଉଥିଲେ ବି ଅନ୍ୟ ଖାଇବା ତେଲର ଦରକୁ ତାଳ ଦେଇ ଏହି ତେଲର ଦର ବି ବଢିଛି ।
ଆଗକୁ ପାର୍ବଣ ଥିବାରୁ ଦେଶରେ ଖାଇବା ତେଲର ଚାହିଦା ବୃଦ୍ଧି ପାଇବା ଆଶା କରାଯାଉଛି । ଦେଶରେ ତେଲ ଦର ବୃଦ୍ଧି ପାଉଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ଏଥିପାଇଁ ଗତ ସପ୍ତାହରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ବିଭାଗ ପକ୍ଷରୁ ଦେଶର ଖାଇବା ତେଲ ଉତ୍ପାଦକମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲେ, ଯେଉଁଥିରେ ଦର ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/ZIwQsyTtM4s8SdgU93qe.jpg)