ପରିବେଶ ବିଶୁଦ୍ଧୀକରଣରେ ହୋମ୍, ଯଜ୍ଞର ପ୍ରଭାବ ରହିଛି: ପତଞ୍ଜଳି

ଭୁବନେଶ୍ବର: ପରିବେଶରେ ଥିବା ବିଭିନ୍ନ ରୋଗ ସୃଷ୍ଟିକାରୀ ଜୀବାଣୁ ନାଶ କରିବାରେ ହୋମ୍ ଓ ଯଞ୍ଜର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବୈଜ୍ଞାନିକମାନଙ୍କ ଏକ ଦଳ ସ୍ବଦେଶୀ ସର୍ବେକ୍ଷଣ ଦ୍ବାରା ଏହାକୁ ପ୍ରମାଣିତ କରିଥିବା ପତଞ୍ଜଳି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଦାବି କରାଯାଇଛି। ଏ ସମ୍ପର୍କିତ ଏକ ସନ୍ଦର୍ଭ ଆମେରିକାର ବିଜ୍ଞାନ ଭିତ୍ତିକ ପତ୍ରିକା ‘ଜର୍ଣ୍ଣାଲ୍‌ ଅଫ୍ ଏଭିଡେନ୍ସ ବେସ୍‌ଡ ଇଣ୍ଟେଗ୍ରେଟିଭ୍ ମେଡିସିନ୍‌ରେ ପ୍ରକାଶ ପାଇଛି। ପରିବେଶ ବିଶୁଦ୍ଧୀକରଣରେ ଯଜ୍ଞ ଓ ହୋମର ରହିଥିବା ପ୍ରଭାବ ବିଷୟରେ ଏହା ପ୍ରଥମ ବୈଜ୍ଞାନିକ ପ୍ରମାଣ ବୋଲି ଆଚାର୍ଯ୍ୟ ବାଲକ୍ରିଷ୍ଣ କହିଛନ୍ତି। ଏ ସମ୍ପର୍କରେ ପତଞ୍ଜଳି ରିସର୍ଚ ଇନଷ୍ଟିଚ୍ୟୁଟ୍‌ର ଉପ ସଭାପତି ଡକ୍ଟର ଅନୁରାଗ ଭାର୍ସନି କହିଛନ୍ତି ଯେ ଏହି ସର୍ବେକ୍ଷଣରେ ସ୍କାନିଂ ଇଲେକ୍ଟ୍ରନ ମାଇକ୍ରୋସ୍କୋପି, ଗ୍ୟାସ୍‌ କ୍ରୋମାଟୋଗ୍ରାଫି କପଲ୍‌ଡ ମାସ୍ ସ୍ପେକ୍ଟ୍ରୋମେଟ୍ରି (ଜିଏସ୍‌-ଏମ୍ଏସ୍‌)କୁ ବ୍ୟବହାର କରାଯାଇଥିଲା। ଏହି ସର୍ବେକ୍ଷଣର ନିର୍ଯ୍ୟାସ ପ୍ରାଚୀନ ଆୟୁର୍ବେଦ ଜ୍ଞାନକୁ ଆହୁରି ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର