ନୂଆଦିଲ୍ଲୀ: ଆମେରିକା ସରକାରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାର ପ୍ରଭାବ ସମଗ୍ର ବିଶ୍ୱର ଅର୍ଥନୀତି ଉପରେ ପଡ଼ିବା ଆଶଙ୍କା ରହିଛି। ଏହି ଅଚଳାବସ୍ଥା ଦ୍ୱିତୀୟ ଦିନରେ ପହଞ୍ଚିଛି। ଏହାର ବଡ଼ ଝଟ୍କା ଭାରତକୁ ମଧ୍ୟ ସହିବାକୁ ପଡ଼ିପାରେ। କାରଣ ଏହା ଉଭୟ ଦୁଇ ଦେଶର ବାଣିଜ୍ୟିକ କାରବାରକୁ ପ୍ରଭାବିତ କରିବ। ଭାରତୀୟ ଇଞ୍ଜିନିୟରିଂ ରପ୍ତାନି ପ୍ରୋତ୍ସାହନ ପରିଷଦ(ଇଇପିସି) ପକ୍ଷରୁ ଶନିବାର କୁହାଯାଇଛି ଯେ ଆମେରିକାରେ ସଂଘୀୟ ସରକାର ଠପ୍ ହୋଇଯିବା କାରଣରୁ ଭାରତର ରପ୍ତାନି ପ୍ରଭାବିତ ହେବ। ଅଧିକ ମାତ୍ରାରେ ସାମଗ୍ରୀ ଓ ସେବା ରପ୍ତାନି କରୁଥିବା ଦେଶ ଗୁଡ଼ିକ ମଧ୍ୟରେ ଆମେରିକା ଆଗରେ ରହିଛି।
ଉଲ୍ଲେଖଯୋଗ୍ୟ ଯେ, ଆମେରିକାରେ ଆଣ୍ଟି ଡେଫିସିଏନ୍ସି ଆଇନ ଲାଗୁ ହୋଇଥାଏ। ଏହି ଆଇନ ଅନୁଯାୟୀ ଆମେରିକା କଂଗ୍ରେସରେ ସାମୟିକ ପାଣ୍ଠି ଯୋଗାଣ ବିଲ୍ ଗୃହୀତ କରାଇବାକୁ ହୋଇଥାଏ। ଏହି ବିଲ୍ ଗୃହୀତ ନହେଲେ ସରକାରଙ୍କ ବିଭିନ୍ନ ବିଭାଗ ଓ ଏଜେନ୍ସି ଗୁଡ଼ିକୁ ପାଣ୍ଠି ଯୋଗାଇବା ସମ୍ଭବ ହୋଇ ନଥାଏ। ନିକଟରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ ପ୍ରତିନିଧି ସଭାରେ ଏହି ବିଲ୍କୁ ଗୃହୀତ କରାଇ ନିଆଯାଇଛି। ହେଲେ ସିନେଟ୍ରେ ଏହା ଗୃହୀତ ହୋଇ ପାରିନାହିଁ। ଆମେରିକା ସରକାରରେ ଦେଖାଦେଇଥିବା ଏହି ସଙ୍କଟ ପରିପ୍ରେକ୍ଷୀରେ ଇଇପିସି ଇଣ୍ଡିଆର ଅଧ୍ୟକ୍ଷ ରବି ପି. ସେହଗଲ୍ କହିଛନ୍ତି, ଆମେରିକାରେ ଦେଖାଦେଇଥିବା ଅଚଳାବସ୍ଥା ଯୋଗୁଁ ସେଠାକାର ବାଣିଜ୍ୟ ଓ ପରିବହନ ବିଭାଗର ୬୦ ହଜାରରୁ ଅଧିକ କର୍ମଚାରୀ ଛୁଟିରେ ରହିବେ। ଏଥିଯୋଗୁଁ ବନ୍ଦରରେ ମାଲ ବୋଝେଇ ଓ ଖଲାସ କାର୍ଯ୍ୟ ପ୍ରଭାବିତ ହେବ।
ପ୍ରଭାବିତ ହେବ ଭାରତ-ଆମେରିକା ବାଣିଜ୍ୟ
ଦ୍ୱିତୀୟ ଦିନରେ ଆମେରିକା ସରକାରଙ୍କ ଅଚଳାବସ୍ଥା
/sambad/media/post_attachments/wp-content/uploads/2018/01/INDO-USA-FLAG-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)