‘ଆଇସର୍‌ ଇଞ୍ଜିନସ୍‌’ର ସ୍କ୍ରାଚ୍‌ କାର୍ଡ ଅଫର

ଭୁବନେଶ୍ବର : ଧାନ ହଲର୍‌ ଠାରୁ ଆରମ୍ଭ କରି କ୍ରସର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଇଞ୍ଜିନର ବିକ୍ରେତା ‘ଆଇସର ଇଞ୍ଜିନସ୍‌’ ତରଫରୁ ଓଡ଼ିଶାରେ ସ୍କ୍ରାଚ୍‌ କାର୍ଡ ସ୍କିମ୍‌ର ଶୁଭାରମ୍ଭ କରାଯାଇଛି। ଏହି ସ୍କିମ୍‌ରେ ଚଳିତ ମାସ ୩୧ ପର୍ଯ୍ୟନ୍ତ ଯେଉଁ ଗ୍ରାହକମାନେ କଂପାନିର ଇଞ୍ଜିନ କିଣିବେ ସେମାନଙ୍କୁ ଏକ ସ୍କ୍ରାଚ୍‌ କାର୍ଡ ମିଳିବ। ସେଥିରେ ଗ୍ରାହକମାନେ ୧୦୦୦ ଟଙ୍କାରୁ ଆରମ୍ଭ କରି ୫୧ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ। ଏହି ସ୍କିମ୍‌ର ପ୍ରଚାର କରିବା ଲାଗି ଆଜି ବୁଦ୍ଧେଶ୍ବରୀ ବଜାର ଠାରେ ଥିବା ଭାରତ ମେସିନାରି ଆଣ୍ଡ୍‌ ଟୁଲସ୍‌ରେ ମେଗା କମ୍ବିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆଇସର୍‌ ଇଞ୍ଜିନସ୍‌ର ଏଜିଏମ୍ (ପୂର୍ବାଞ୍ଚଳ) ଆର୍‌ କେ ସିହ୍ନା, ଏରିଆ ମ୍ୟାନେଜର ଗୌରବ କୁମାର ରାୟ ଓ ଭାରତ ମେସିନାରି ଆଣ୍ଡ୍‌ ଟୁଲସ୍‌ର ତତ୍ତ୍ବାବଧାୟକ ହୋଫେଜା ଭାନା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର