ନୂଆଦିଲ୍ଲୀ: ଜୁଲାଇ ମାସକୁ ମିଶାଇ କ୍ରମାଗତ ୫ ମାସ ହେବ ଆଠଟି ପ୍ରମୁଖ ଶିଳ୍ପର ଉତ୍ପାଦନ ହ୍ରାସ ପାଇଛି ଥିବା କଥା ସୋମବାର ଦିନ ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହି ୮ଟି ମୁଖ୍ୟ ଶିଳ୍ପର ଉତ୍ପାଦନ ୯.୬% କମିଥିବା କଥା ହିସାବରୁ ଜଣାପଡ଼ିଛି।
ସରକାରୀ ଭାବେ ରିଲିଜ୍ ହୋଇଥିବା ତଥ୍ୟାବଳୀରେ ଉଲ୍ଲେଖ ଅଛି, ୨୦୨୦ ଜୁଲାଇ ମାସରେ ଆଠଟି ପ୍ରମୁଖ ଶିଳ୍ପର ମିଳିତ ସୂଚକାଙ୍କ ୧୧୯.୯%ରେ ରହିଥିଲା। ୨୦୧୯ରେ ଜୁଲାଇ ସୂଚକାଙ୍କ ସହ ତୁଳନା କଲେ ଏହା ୯.୬% (ପ୍ରୋଭିଜ୍ନାଲ୍) ବୋଲି ଜଣାପଡୁଛି। ୨୦୨୦-୨୧ ଏପ୍ରିଲ୍ରୁ ଜୁଲାଇ ମଧ୍ୟରେ ସମୁଦାୟ ଅଭିବୃଦ୍ଧି ଥିଲା -୨୦.୫%।
ସଂଶୋଧନ ହେବା ପରେ ୨୦୨୦ ଏପ୍ରିଲ୍ ଲାଗି ଆଠଟି ପ୍ରମୁଖ ଶିଳ୍ପ ସୂଚକାଙ୍କର ଚୂଡ଼ାନ୍ତ ଅଭିବୃଦ୍ଧି ହାର ହେଉଛି -୩୭.୯%।
‘ଇଣ୍ଡେକ୍ସ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ପ୍ରଡକ୍ସନ୍’ରେ (ଆଇଆଇପି) ସାମିଲ କରାଯାଇଥିବା ସାମଗ୍ରୀରୁ ୪୦. ୨୭% ରହିଛି ଏହି ଆଠଟି ପ୍ରମୁଖ ଶିଳ୍ପରେ।
ସାର ବ୍ୟତୀତ, ବାକି ୭ଟି ପ୍ରମୁଖ ଶିଳ୍ପ ଯଥା:- କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନାରି ଉତ୍ପାଦ, ଇସ୍ପାତ, ସିମେଣ୍ଟ୍ ଏବଂ ବିଜୁଳି ଆଦି ଜୁଲାଇ ମାସରେ ବିଯୁକ୍ତାତ୍ମକ ଅଭିବୃଦ୍ଧି ରେକର୍ଡ କରିଛି।