ନୂଆଦିଲ୍ଲୀ: ଅଷ୍ଟମ ବେତନ କମିସନ ‌ଗଠନ ଘୋଷଣା ହେବା ପରେ ସରକାରୀ କର୍ମଚାରୀମାନଙ୍କ ଦରମା କେତେ ବଢ଼ିବ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀମାନେ ସପ୍ତମ ବେତନ କମିସନଙ୍କ ସୁପାରିସ ଆଧାରରେ ଦରମା ପାଉଛନ୍ତି। ୨୦୧୬ ଜାନୁଆରି ୧ରୁ କମିସନଙ୍କ ସୁପାରିସ ଲାଗୁ ହୋଇଥିଲା। ସେଥିରେ ସର୍ବନିମ୍ନ ମାସିକ ଦରମା ୭୦୦୦ ଟଙ୍କାରୁ ବୃଦ୍ଧି ପାଇ ୧୮୦୦୦ ଟଙ୍କା ହୋଇଥିଲା। ଅଷ୍ଟମ ବେତନ କମିସନ କର୍ମଚାରୀଙ୍କ ସର୍ବନିମ୍ନ ଦରମାକୁ ୫୧,୪୮୦ ଟଙ୍କାକୁ ବଢ଼ାଇବା ଲାଗି ସୁପାରିସ୍ କରିପାରନ୍ତି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ଟିମ୍‌ଲିଜ୍ର ଉପସଭାପତି କେ ଚାଟାର୍ଜୀ କହିଛନ୍ତି ଯେ ସପ୍ତମ ବେତନ କମିସନ ମୂଳ ଦରମା ଉପରେ ୨.୫୭ ଗୁଣା ଫିଟ୍‌ମେଣ୍ଟ ସୁପାରିସ୍ କରିଥିଲେ। ସର୍ବୋଚ୍ଚ ଦରମା ମାସିକ ୨.୫ ଲକ୍ଷ ଟଙ୍କା ଥିଲା। ତେବେ ଅଷ୍ଟମ ବେତନ କମିସନ ବିଚାରକୁ ନେବା ସମୟରେ ମୁଦ୍ରାସ୍ଫୀତି ଉଚ୍ଚା ରହିଛି। ତାହା ବିଚାରକୁ ନେଲେ ୨.୫-୨.୮ ଗୁଣା ଫିଟ୍‌ମେଣ୍ଟ ସୁପାରିସ୍ କରାଯିବା ସମ୍ଭାବନା ରହିଛି। ତାହା ହେଲେ କର୍ମଚରୀଙ୍କ ଦରମାରେ ୪୦-୪୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ। 

Advertisment

sfccx

କିଙ୍ଗ ଷ୍ଟୁବ୍ ଆଣ୍ଡ୍‌ କାସିଭାର ପାର୍ଟନର ରୋହିତାଶ୍ବ ସିହ୍ନା କହିଛନ୍ତି ଯେ ସାଧାରଣତଃ ପ୍ରତି ୧୦ ବର୍ଷରେ ଥରେ ବେତନ କମିସନ ଗଠନ ‌ହୋଇଥାଏ। ସପ୍ତମ ବେତନ କମିସନଙ୍କ ସୁପାରିସ ଆଧାରରେ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ହୋଇଥିଲା। ଅଷ୍ଟମ ବେତନ କମିସନଙ୍କ ଅମଳରେ ସର୍ବନିମ୍ନ ବେତନରେ ୧୮୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା ଆଶା କରାଯାଉଛି। ଯଦି ତାହା ହେବ ତେବେ ସର୍ବନିମ୍ନ ମାସିକ ଦରମା ୫୧,୪୮୦ ଟଙ୍କା ହୋଇଯିବ। ଏହା ଦ୍ବାରା କେବଳ କର୍ମଚାରୀ ନୁହେଁ, ବରଂ ପେନ୍‌ସନ୍‌ଭୋଗୀମାନେ ମଧ୍ୟ ଉପକୃତ ହେବେ।