ନୂଆଦିଲ୍ଲୀ : ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନୀ ବଣ୍ଡ୍ ଜରିଆରେ ୧,୨୧୩ କୋଟି ଟଙ୍କା ହାସଲ କରିଥିଲେ। ରାଜନୈତିକ ଦଳଗୁଡ଼ିକୁ ଦିଆଯାଉଥିବା ପାଣ୍ଠିରେ ସ୍ବଚ୍ଛତା ଆଣିବା ଲାଗି ମୋଦୀ ସରକାର ୨୦୧୮ରେ ନିର୍ବାଚନୀ ବଣ୍ଡ ଜାରି କରିଥିଲେ। ଦାନ କର୍ତ୍ତା ବ୍ୟାଙ୍କରୁ ନିର୍ବାଚନୀ ବଣ୍ଡ୍ କିଣି ନିଜ ପସନ୍ଦର ରାଜନୈତିକ ଦଳ ଉଦ୍ଦେଶ୍ୟରେ ଜାରି କରୁଛନ୍ତି। ୨୦୧୮ରୁ ବର୍ତ୍ତମାନ ସୁଦ୍ଧା ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ବଣ୍ଡରୁ ୯,୮୧୭ କୋଟି ଟଙ୍କା ହାସଲ କରିଛନ୍ତି। ଏହି ବଣ୍ଡ୍ କିଛି ସରକାରୀ ବ୍ୟାଙ୍କର ନିର୍ଦିଷ୍ଟ କେତେକ ଶାଖାରେ ଉପଲବ୍ଧ ହେଉଛି।
ନିର୍ବାଚନୀ ବଣ୍ଡ୍: ରାଜନୈତିକ ଦଳ ଉଠାଇଥିଲେ ୧,୨୧୩ କୋଟି
/sambad/media/post_attachments/wp-content/uploads/2021/07/money.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)