ନୂଆଦିଲ୍ଲୀ:ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଗତ ୨ ତାରିଖରେ ଗଣତି ଶେଷ ହେବା ସହିତ ଫଳାଫଳ ଘୋଷଣା ହୋଇଛି। ବିଧାନସଭା ନିର୍ବାଚନ ପାଇଁ ତୈଳ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦରକୁ ଅଟକାଇ ରଖିଥିଲେ। କିନ୍ତୁ ଆଜି ଏହି ଦର ପୁଣି ବଢ଼ିଛି। ଦୀର୍ଘ ୧୮ ଦିନ ପରେ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇଛନ୍ତି। ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୫ ପଇସା ବୃଦ୍ଧି ଘଟି ୯୦ ଟଙ୍କା ୫୫ ପଇସା ହୋଇଛି। ସେହିଭଳି ଡିଜେଲ ଦର ଲିଟର ପିଛା ୧୮ ପଇସା ବୃଦ୍ଧି ଘଟି ୮୦ ଟଙ୍କା ୯୧ ପଇସା ରହିଛି।
ଦେଶର ଚାରିଟି ମହାନଗର ମଧ୍ୟରୁ ମୁମ୍ବାଇରେ ପେଟ୍ରୋଲ, ଡିଜେଲ ଦର ସର୍ବାଧିକ ରହିଛି। ଭୁବନେଶ୍ବରରେ ମଧ୍ୟ ପେଟ୍ରୋଲ ଦର ଗତମାସ ୧୫ ତାରିଖରେ ଶେଷ ଥର ପାଇଁ ବଢ଼ିଥିଲା। ଆଜିର ବୃଦ୍ଧି ଫଳରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୯୧ ଟଙ୍କା ୧୨ ପଇସାରୁ ବୃଦ୍ଧି ପାଇଁ ୯୧ ଟଙ୍କା୨୭ ପଇସାରେ ପହଞ୍ଚିଛି। ସେହିଭଳି ଡିଜେଲ ଦର ୮୭ ଟଙ୍କା ୯୮ ପଇସାରୁ ବୃଦ୍ଧି ପାଇ ୮୮ ଟଙ୍କା ୧୭ ପଇସାରେ ପହଞ୍ଚିଛି। ଭାରତୀୟ ତୈଳ ନିଗମ ଟାଙ୍କିରେ ପେଟ୍ରୋଲ ଦର ଭୁବନେଶ୍ବରରେ ଲିଟର ପିଛା ୧୫ ପଇସା ଏବଂ ଡିଜେଲ ଦର ଲିଟର ପିଛା ୧୯ ପଇସା ବୃଦ୍ଧି ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/petrol-1.jpg)