ଖୁବ୍‌ ଶୀଘ୍ର ଲଞ୍ଚ ହେବ ଅଥର-୪୫୦ ସ୍କୁଟର, ମାତ୍ର ୮୦ଟଙ୍କାରେ ଦୌଡ଼ିବ ୫୫୦ କିମି

ଦେଶରେ ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ଭାରତର ନୂଆ ଷ୍ଟାର୍ଟଅଫ କମ୍ପାନି ଅଥର-୪୫୦ ସ୍କୁଟର ଲଞ୍ଚ କରିବାକୁ ଯାଉଛି । ଏହି ସ୍କୁଟର ମାତ୍ର ୮୦ ଟଙ୍କାରେ ୫୫୦ କିଲୋମିଟର ଦୌଡିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।

ସୂଚନା ମୁତାବକ, ଭାରତର ନୂଆ ଷ୍ଟାର୍ଟଅଫ କମ୍ପାନି ଅଥର ଏନର୍ଜି ଦ୍ୱାରା ଲଞ୍ଚ ହେବାକୁ ଯାଉଥିବା ଏହି ସ୍କୁଟର ସମ୍ପୂର୍ଣ୍ଣଭାବେ ବିଦ୍ୟୁତ ଚାଳିତ ହେବ । ଏହାକୁ ଚାର୍ଜ କରିବା ପାଇଁ ଖୁବ କମ ବିଦ୍ୟୁତ ଖର୍ଚ୍ଚ ହୋଇଥାଏ । ଅର୍ଥାତ ୧୦ଟଙ୍କାର ବିଦ୍ୟୁତରେ ଚାର୍ଜ ହେଲେ ଏହି ସ୍କୁଟର ପ୍ରାୟ ୭୦ରୁ ଅଧିକ କିଲୋମିଟର ଚାଲିପାରିବ । ତେବେ ସେହି ହିସାବରେ ଯଦି ଗୋଟେ ଲିଟର ପେଟ୍ରୋଲର ଦର ୮୦ ଟଙ୍କା ଧରାଯାଏ ତେବେ ୮୦ ଟଙ୍କାରେ ଏହି ସ୍କୁଟର ୫୫୦ କିଲୋମିଟରରୁ ବି ଅଧିକ ଦୂରତା ଅତିକ୍ରମ କରିପାରିବ ।

ପାୱାର ଏବଂ ଫିଚର :
ଅଥର-୪୫୦ରେ ବିଏଲଡିସି ମୋଟର ଦିଆଯାଇଛି। ଯାହାକି ୫.୪ କେଡବ୍ଲୁର ପାୱାର ଜେନେରେଟ କରିଥାଏ। ମୋଟରକୁ ପାୱାର ଦେବାପାଇଁ ଏଥିରେ ଏକ ୨.୪ କେଡବ୍ଲୁଏଚ୍‌ ଲିଥିୟମ ଆୟନ ବ୍ୟାଟେରି ଦିଆଯାଇଛି । ମାତ୍ର ୩.୯ ସେକେଣ୍ଡରେ ଏହି ସ୍କୁଟର ଘଣ୍ଟା ପିଛା ୦ ରୁ ୪୦ କିଲୋମିଟର ସ୍ପିଡକୁ ଛୁଇଁ ପାରୁଛି । ଯଦି ଏହି ସ୍କୁଟର ଅଧିକତମ ସ୍ପିଡ କଥା କହିବା ତେବେ ଅଥର-୪୫୦ ଘଣ୍ଟା ପିଛା ୮୦ କିଲୋମିଟର ବେଗରେ ଗତି କରିପାରିବ। ଏହି ଇଲୋକ୍ଟ୍ରୋନିକ ସ୍କୁଟରରେ ୨ଟି ଅଲଗା ଅଲଗା ରେଂଜ ମୋଡ୍‌ ଦିଆଯାଇଛି, ଯାହାକି ପାୱାର ଏବଂ ଇକୋନୋମି ଏକା ସହିତ କାମ କରିଥାଏ । ବ୍ୟାଟେରି ଇକୋନୋମି ମୋଡରେ ସ୍କୁଟର ୭୫ କିଲୋମିଟର ଏବଂ ପାୱାର ମୋଡରେ ଏହି ସ୍କୁଟର ୬୦ କିଲୋମିଟର ଦୂରତା ଅତିକ୍ରମ କରିବାର କ୍ଷମତା ରଖିଛି ।

ଫିଚର୍ସ :

ଏହି ସ୍କୁଟରରେ ଆଣ୍ଡ୍ରଏଡ ବେସ୍‌ଡ ଟଚସ୍କ୍ରିନ ଡିସପ୍ଲେ ଦିଆଯାଇଛି । ଏଥିସହିତ ଏଥିରେ ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ସିଷ୍ଟମ ମଧ୍ୟ ରହିଛି। ତେବେ ମିଳିଥିବା ସୂଚନା ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ଏହି ସ୍କୁଟର ଲଞ୍ଚ ହୋଇପାରେ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର