ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଇନ୍ଧନର ଦାମ ବଢୁଥିବାରୁ ବିଦ୍ୟୁତ୍ ଚାଳିତ ଯାନର ଚାହିଦା ବଢିବାରେ ଲାଗିଛି । ଏହି କ୍ରମରେ ଆଜି ଦିଲ୍ଲୀ ସରକାର ରାଜ୍ୟରେ ୧୦୦ ଇଲେକ୍ଟ୍ରିକ ବସ ଚଳାଇବାକୁ ଯୋଜନା କରୁଥିବା ବେଳେ ଆନନ୍ଦ ମହିନ୍ଦ୍ରାଙ୍କ ମହିନ୍ଦ୍ରା ଗ୍ରୁପ ଖୁବଶୀଘ୍ର ବଜାରକୁ ଇଲେକ୍ଟ୍ରି ଚାଳିତ ଟ୍ରକ ପ୍ରବେଶ କରାଇବାକୁ ଯାଉଛି ।ଏହି ଟ୍ରକକୁ କମ୍ପାନୀ ତରଫରୁ ଏଭଳି ଡିଜାଇନ କରାଯାଇଛି କି ଏହା ବିନା ଚାଳକରେ ଚାଲିପାରିବ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାସହ ଏହି ଟ୍ରକଟି ସିଙ୍ଗଲ ଚାର୍ଜରେ ୩୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ବୋଲି କମ୍ପାନୀ ତରଫରୁ ଦାବି କରାଯାଇଛି । ନିର୍ମାଣ ହେବାକୁ ଯାଉଥିବା ଏହି ବିଦ୍ୟୁତ୍ ଚାଳିତ ଟ୍ରକଟି ଦେଖିବାକୁ ଠିକ୍ ବୁଲେଟ୍ ଟ୍ରେନ ଭଳି । ମହିନ୍ଦ୍ରା ଗ୍ରୁପ ବାଇଡୁ ର ସବସିଡାରୀ ଡିପୱେ ସହ ମିଳିତ ଭାବେ ଏହି ଟ୍ରକର ଡିଜାଇନ କରିଛି । ଏହି ଟ୍ରକରେ ୪୫ କିଲୋୱାଟର ବ୍ୟାଟେରୀ ଲଗାଯାଇଛି । ଏହି ବ୍ୟାଟେରୀକୁ ଗୋଟିଏଥର ଚାର୍ଜ କଲେ ୩୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ।
କେବଳ ସେତିକି ନୁହେଁ ଏହି ଟ୍ରକ ଗୋଟିଏ ଥରରେ ୪୯ ଟନ୍ ପର୍ଯ୍ୟନ୍ତ ମାଲ ପରିବହନ କରିପାରିବାର କ୍ଷମତା ରଖିଛି । କହିରଖୁ କି ଏବେ ଏବେ ମହିନ୍ଦ୍ରା ଗ୍ରୁପ ଇଲେକ୍ଟ୍ରିକ୍ କାର ବ୍ୟତୀତ ବାଇକ୍, ସୁପର କାର ଓ ଅନ୍ୟ ସ୍ୱଂୟ ଚାଳିତ ଯାନ ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେଇଛି ।