ଭୁବନେଶ୍ବର: ବମିଖାଲ ଠାରେ କେ୨କେ ଇମୋଟିଭସ୍ ନାମକ ଏକ ନୂଆ ଇଲେକ୍ଟ୍ରିକ୍ ଗାଡ଼ି ସୋ’ରୁମ୍ ଉଦ୍ଘାଟିତ ହୋଇଛି। ମହାରାଷ୍ଟ୍ରର କଂପାନି ଉଷା କମ୍ୟୁନିକେସନ ଆଣ୍ଡ୍ ଏଣ୍ଟରପ୍ରାଇଜେସ୍ (ୟୁସିଇ) ପକ୍ଷରୁ ଏହାର ଇ-ସ୍କୁଟର, ଇ-ବାଇକ୍, ଇ-ରିକ୍ସା, ଲୋଡର୍ ରିକ୍ସା ଆଦି ବିକ୍ରି କରିବା ଲାଗି ଏହି ସୋ’ରୁମ୍ ଖୋଲାଯାଇଛି। ଏହି ଅବସରରେ ୟୁସିଇର ଅଧ୍ୟକ୍ଷ ରାଜନ ସାଇନି କହିଛନ୍ତି ଯେ, ଓଡ଼ିଶା ବଜାରରେ ପ୍ରବେଶ କରି ଆମେ ଅତ୍ୟନ୍ତ ଆନନ୍ଦିତ। ଆମ ସ୍କୁଟର ଓ ବାଇକ୍ର ଡିଜାଇନ୍ ବହୁତ ଆକର୍ଷଣୀୟ ଓ ସେଗୁଡ଼ିକ ଯୁବପିଢ଼ିକୁ ଆକର୍ଷିତ କରିବା ଭଳି ପ୍ରସ୍ତୁତ କରାଯାଇଛି। ସେହିପରି, କେ୨କେ ଇମୋଟିଭସ୍ର ପରିଚାଳନା ନିର୍ଦେଶକ ଜୟ ବାତ୍ରା କହିଛନ୍ତି ଯେ, ଆଜିର ଗ୍ରାହକମାନେ ଷ୍ଟାଇଲକୁ ପସନ୍ଦ କରୁଥିବା ବେଳେ ପରିବେଶକୁ ନେଇ ମଧ୍ୟ ବହୁତ ସଚେତନ। ସେଭଳି ଗ୍ରାହକଙ୍କ ପାଇଁ ଆମେ ଇ-ଯାନ ଆଣିବା ଲାଗି ୟୁସିଇ ସହିତ ସହଯୋଗିତା ସ୍ଥାପନ କରିଛୁ। ଅଭିନେତା ସିଦ୍ଧାନ୍ତ କହିଛନ୍ତି ଯେ, ୟୁସିଇର ଗାଡ଼ିକୁ ଥରେ ରିଚାର୍ଜ କଲେ ୧୨୦ କିମି ପର୍ଯ୍ୟନ୍ତ ଯାତ୍ରା କରିହେବ। ୟୁସିଇ ସ୍କୁଟର ଓ ବାଇକ୍ଗୁଡ଼ିକର ଦାମ୍ ୬୭ ହଜାର ଟଙ୍କାରୁ ୯୭ ହଜାର ଟଙ୍କା ମଧ୍ୟରେ ରହିଛି। ଏହା ଉପରେ ୪ ବର୍ଷର ୱାରେଣ୍ଟି ପ୍ରଦାନ କରାଯାଉଛି। ଗ୍ରାହକମାନଙ୍କ ଲାଗି ସୀମିତ ସମୟ ପାଇଁ ନିଶ୍ଚିତ ଉପହାର ଯୋଜନା ମଧ୍ୟ ଘୋଷଣା କରାଯାଇଛି।