ଜୁନ ୧ ପୂର୍ବରୁ କିଣିଦିଅନ୍ତୁ ଇଲେକ୍ଟ୍ରିକ ଗାଡ଼ି, କାରଣ…

ନୂଆଦିଲ୍ଲୀ : ଯଦି ଆପଣ ନୂଆ କାର୍ କିମ୍ବା ନୂଆ ଇଲେକ୍ଚ୍ରିକ ଦୁଇଚକିଆ ଯାନ କିଣିବାକୁ ଚାହୁଁଛନ୍ତି, ଜୁନ ପହିଲା ପୂର୍ବରୁ କିଣି ଦିଅନ୍ତୁ । କାରଣ ଜୁନ ୧ରୁ କେତେକ କମ୍ପାନିର କାର ଓ ଅଧିକାଂଶ ଇଲେକ୍ଟ୍ରିକ୍ ବାଇକ୍ ମହାଙ୍ଗା ହେବାକୁ ଯାଉଛି ।

ହୋଣ୍ଡା କମ୍ପାନି ଜୁନ୍ ମାସରୁ ଏହାର ସେଡାନ୍ ସିଟି ଏବଂ ଆମେଜ୍ ର ଦାମ୍ ୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି କହିଛି। ବର୍ଦ୍ଧିତ କଞ୍ଚାମାଲ ଦର ଓ ଅନ୍ୟାନ୍ୟ ଖର୍ଚ୍ଚର ପ୍ରଭାବରୁ ମୁକୁଳିବା ପାଇଁ କଂପାନି ଦର ବୃଦ୍ଧି କରିବାକୁ ଯାଉଛି ବୋଲି କହିଛି ।

ଅନ୍ୟପକ୍ଷରେ ଜୁନ୍ ୧, ୨୦୨୩ କିମ୍ବା ତା’ପରେ ପଞ୍ଜୀକୃତ ହୋଇଥିବା ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ପାଇଁ  ଫେମ୍-୨ ଯୋଜନା ଅଧୀନରେ ଦିଆଯାଉଥିବା ସବସିଡିକୁ କେନ୍ଦ୍ର ସରକାର ହ୍ରାସ କରିବାକୁ ଘୋଷଣା କରିଛନ୍ତି । ଏହା ସହିତ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ପାଇଁ  ପ୍ରୋତ୍ସାହନ ବାବଦରେ ଦିଆଯାଉଥିବା ସବସିଡି ୟୁନିଟ ପିଛା ୧୫,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କାକୁ ହ୍ରାସ କରାଯାଇଛି। ତେବେ ପ୍ରୋତ୍ସାହନ ସୀମାକୁ ଏକ୍ସ ଫ୍ୟାକ୍ଟ୍ରି ମୂଲ୍ୟର ୪୦ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରାଯାଇଛି। ସବସିଡି ହ୍ରାସ ଫଳରେ ଦୁଇ ଚକିଆ ଯାନର ଦାମ୍ ୨୫ରୁ ୩୫ ହଜାର ଟଙ୍କା ମହଙ୍ଗା ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାର ଦେଉଥିବା ସବସୀଡି ଲାଗୁ ରହିବ ।

 

ସମ୍ବନ୍ଧିତ ଖବର