ଗାଡ଼ି ବଜାରରେ ବର୍ଷ ଶେଷ ଆଡ଼କୁ ଉତ୍ସାହ ଦେଖିବାକୁ ମିଳିଥିଲା। ଉତ୍ସବ ଋତୁରେ ରେକର୍ଡ ସଂଖ୍ୟକ ଗାଡ଼ି ବିକ୍ରି ହୋଇଥିଲା। କାର୍ରେ ଲୋକମାନେ ବଡ଼ ଗାଡ଼ି ବିଶେଷ କରି ଏସ୍ୟୁଭି କିଣିବାକୁ ଅଧିକ ପସନ୍ଦ କରିଥିଲେ। କେବଳ ଏସ୍ୟୁଭି ନୁହେଁ ମର୍ସିଡିସ୍ ବେଞ୍ଜ, ଅଡି, ବିଏମ୍ଡବ୍ଲୁ ଭଳି ବିଳାସପୂର୍ଣ୍ଣ କାର୍ ମଧ୍ୟ ରେକର୍ଡ ସଂଖ୍ୟାରେ ବିକ୍ରି ହୋଇଥିଲା। କିନ୍ତୁ ଛୋଟ କାର୍ ବିକ୍ରି କରିବାକୁ କଂପାନିଗୁଡ଼ିକ ସଂଘର୍ଷ କରିଥିଲେ।
ଦୁଇଚକିଆ ବାଇକ୍ ଓ ସ୍କୁଟର ଏବଂ ଛୋଟ କାର୍ ଦାମ୍ ଏତେ ବଢ଼ିଯାଇଥିଲା ଯେ ଲୋକମାନେ ତାହାକୁ କିଣିବା ବେଳେ ଦୁଇ ଥର ଚିନ୍ତା କରିବାକୁ ବାଧ୍ୟ ହୋଇଥିଲେ। ୨୦୨୨ର ଅନ୍ୟତମ ପ୍ରମୁଖ ଘଟଣା ଥିଲା ଇଲେକ୍ଟ୍ରିକ୍ ଗାଡ଼ି (ଇଭି) ବିପ୍ଳବ ଆହୁରି ତ୍ବରାନ୍ବିତ ହେବା। ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିର ବିକ୍ରି ସଂଖ୍ୟା ବଢ଼ିଥିଲା। ଦୁଇଚକିଆରେ ଓଲା ଏବଂ ହିରୋ ଇଲେକ୍ଟ୍ରିକ୍ ଭଳି ସଂସ୍ଥା ଇଭି ବିକ୍ରିରେ ଆଗରେ ରହିଥିଲେ। କାର୍ରେ ଟାଟା ବହୁ ପରିମାଣର ଇଭି ବିକ୍ରି କରିଛି।